ନୂଆଦିଲ୍ଲୀ : ଭାରତରେ ଏବେ ଟିକାକରଣର ସଫଳତା ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସୁଦ୍ଧା ୭୭ କୋଟିରୁ ଅଧିକ କୋଭିଡ୍ ଟିକା ପ୍ରଦାନ କରାଯାଇଥିବା ବେଳେ ଅକ୍ଟୋବରରେ ପ୍ରତ୍ୟହ ୧ କୋଟି ଟିକାକରଣ ହେବା ସମ୍ଭାବନା ରହିଛି। ମୃତ୍ୟୁ ରୋକିବାରେ ପ୍ରଥମ ଡୋଜ୍ କୋଭିଡ୍ ଟିକା ୯୬.୬ ପ୍ରତିଶତ ଫଳପ୍ରଦ ଏବଂ ଦ୍ବିତୀୟ ଡୋଜ୍ ୯୭.୫ ପ୍ରତିଶତ ଫଳପ୍ରଦ ବୋଲି ଆଇଏସିଏମ୍ଆର୍ ତଥ୍ୟରୁ ଜଣାପଡ଼ିଛି।
ଏପ୍ରିଲ ୧୮ରୁ ଅଗଷ୍ଟ ୧୫ ମଧ୍ୟରେ ସଂଗୃହୀତ ତଥ୍ୟକୁ ଦର୍ଶାଇ ଆଇସିଏମ୍ଆର୍ କହିଛି ଯେ ଟିକାକରଣ ମୃତ୍ୟୁ ରୋକିପାରୁଛି। ଦ୍ବିତୀୟ ଲହରରେ ଏପ୍ରିଲ-ମେ’ରେ ଟିକା ନେଇଥିବା ଲୋକ ଅଧିକ କରୋନା ମୃତ୍ୟୁର ଶିକାର ହୋଇଛନ୍ତି। ସବୁ ବୟସର ଲୋକଙ୍କ କ୍ଷେତ୍ରରେ ଟିକା ମୃତ୍ୟୁ ରୋକିବାରେ ଫଳପ୍ରଦ ହେଉଛି। ୬୦ ବର୍ଷ ହେଉ କିମ୍ବା ୪୫-୫୯ ବର୍ଷ କିମ୍ବା ୧୮-୪୪ ବର୍ଷ ସମସ୍ତଙ୍କ ପାଇଁ ଟିକା ଫଳପ୍ରଦ ବୋଲି କୁହାଯାଇଛି। ସେହିଭଳି ୨ ଡୋଜ୍ ଟିକା ମୃତ୍ୟୁରୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/vaccination.jpg)