ନୂଆଦିଲ୍ଲୀ : ଦେଶରେ କୋଭିଡ୍ ଟିକାକରଣ ୪୫ କୋଟି ଟପିଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ମୋଟ୍ ୪୫,୦୭,୦୬,୨୫୭ ଟିକା ଡୋଜ୍ ଦିଆଯାଇଛି। ସକାଳ ୮ଟା ସୁଦ୍ଧା ବି ଗତ ୨୪ ଘଣ୍ଟାରେ ୪୩,୯୨,୬୯୭ ହିତାଧିକାରୀ ଟିକା ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୩୧,୦୩,୮୮୩ ଜଣ ପ୍ରଥମ ଡୋଜ୍ ନେଇଥିବାବେଳେ ୧୨,୮୮,୮୧୪ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ଗତମାସରେ ଭାରତ ଟିକାକରଣରେ ଆମେରିକାକୁ ଟପିଯାଇଥିଲା। ଜୁନ୍ ୨୧ରେ ଦେଶରେ ନୂଆ ଟିକା ନୀତି ଲାଗୁ ହେବାପରେ ବିଭିନ୍ନ ରାଜ୍ୟରେ ଟିକାକରଣ ତ୍ବରାନ୍ବିତ ହୋଇଛି। ମହାରାଷ୍ଟ୍ର ପ୍ରଥମ ରାଜ୍ୟ ଭାବେ ୧ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ୨ଟି ଯାକ ଡୋଜ୍ ଦେଇଛି। ଦେଶରେ ନୂଆ ଟିକା ନୀତି ଲାଗୁ ହେବାର ପ୍ରଥମ ଦିନରେ ୮୮.୦୯ ଲକ୍ଷ ଟିକାକରଣ ହୋଇଥିଲା। ଏବେ ଦେଶରେ ସଂକ୍ରମଣ କମୁଥିଲେ ସୁଦ୍ଧା କିଛି ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।
ଦେଶରେ ଟିକାକରଣ ୪୫ କୋଟି ଟପିଲା
/sambad/media/post_attachments/wp-content/uploads/2021/06/vaccine-balangir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)