ଭୋପାଳ: ବୁଧବାର ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ ୩୦ ଜଣ ଛାତ୍ରଙ୍କୁ ଗୋଟିଏ ଛୁଞ୍ଚିରେ କୋଭିଡ୍ ଟିକା ଦିଆଯାଇଥିଲା। ଅଥଚ ଟିକା ଦେଇଥିବା ଜିତେନ୍ଦ୍ର ନାମକ ବ୍ୟକ୍ତି ଜଣକ କହିଲେ ଏଥିରେ ତାଙ୍କର କିଛି ଦୋଷ ନାହିଁ। ୧୯୯୦ ଦଶକରେ ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ଗୋଟିଏ ଛୁଞ୍ଚି ଥରେ ମାତ୍ର ବ୍ୟବହାର କରିବା ପାଇଁ ନିୟମ ରହିଛି। ମାତ୍ର ଟିକାଦାତା ଜିତେନ୍ଦ୍ରଙ୍କ କହିବା ଅନୁସାରେ ତାଙ୍କ ପାଖକୁ ଗୋଟିଏ ସିରିଞ୍ଜ ପଠାଯାଇଥିଲା ଏବଂ ବିଭାଗୀୟ ମୁଖ୍ୟ ତାଙ୍କୁ ସବୁ ପିଲାଙ୍କୁ ଟିକା ଦେବା ପାଇଁ ଆଦେଶ ଦେଇଥିଲେ। ତେବେ ସେ ବିଭାଗୀୟ ମୁଖ୍ୟ କିଏ ବୋଲି ପଚାରିବାରୁ ଏକ ଭାଇରାଲ ଭିଡିଓରେ ଜିତେନ୍ଦ୍ର ତାଙ୍କ ନାଁ ଜାଣିନାହାନ୍ତି ବୋଲି କହିଲେ। ଜିତେନ୍ଦ୍ରଙ୍କୁ ପଚରାଗଲା, ଗୋଟିଏ ସିରିଞ୍ଜରେ ବହୁ ଲୋକଙ୍କୁ ଟିକା ଦିଆଯାଏ ନାହିଁ, ଏ କଥା କ’ଣ ତୁମେ ଜାଣିନ? ସେ କହିଲେ, ହଁ ମୁଁ ଜାଣିଛି। ସେଥିପାଇଁ ବିଭାଗୀୟ ମୁଖ୍ୟଙ୍କୁ ପଚାରିଲି। ସେ କହିଲେ, ହଁ ସେଇ ଗୋଟିଏ ଛୁଞ୍ଚିରେ ଦେଇଦିଅ। ଏଥିରେ ମୋର ଦୋଷ କ’ଣ? ମୋତେ ଯାହା କରିବାକୁ କୁହାଗଲା ମୁଁ କଲି ବୋଲି ଜିତେନ୍ଦ୍ର ଉତ୍ତରରେ କହିଛନ୍ତି। ଏଥିନେଇ ଜିତେନ୍ଦ୍ରଙ୍କ ବିରୋଧରେ ସାଗର ଜିଲ୍ଲା ପ୍ରଶାସନ ଏକ ମାମଲା ରୁଜୁ କରିଛନ୍ତି। ଟିକା ପଠାଇବା ଦାୟିତ୍ବରେ ଥିବା ଡ. ରାକେଶ ରୋଶନଙ୍କ ବିରୋଧରେ ମଧ୍ୟ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସାଗର ସହରରେ ଥିବା ଏକ ବିଦ୍ୟାଳୟରେ ଅନୁଷ୍ଠିତ ଟିକା ଶିବିରରେ ଏହି ଘଟଣା ଘଟିଛି।
ମଧ୍ୟପ୍ରଦେଶରେ ଗୋଟିଏ ଛୁଞ୍ଚିରେ ୩୦ ଛାତ୍ରଙ୍କୁ ଟିକା, ତଦନ୍ତ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2022/07/dagd5g4da6g465dag4gd65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)