ଟିକା ଅଗ୍ରଗତି: ୧୫୦ରୁ ୨୦୦ କୋଟି ପାଇଁ ୧୯୧ ଦିନ

ନୂଆଦିଲ୍ଲୀ : ଦେଶରେ କରୋନା ଟିକାଦାନ ଅଭିଯାନ ୨୦୨୧ ଜାନୁଆରି ୧୬ରୁ ଆରମ୍ଭ ହୋଇଥିଲା। ପ୍ରଥମ ୫୦ କୋଟି ଟିକା ଡୋଜ୍ ଦେବାଲାଗି ଭାରତକୁ ୨୦୨ ଦିନ ସମୟ ଲାଗିଥିଲା। ତେବେ ଦ୍ବିତୀୟ ଏବଂ ତୃତୀୟ ୫୦ କୋଟି ଲେଖାଏଁ କରୋନା ଟିକା ପ୍ରଦାନ ଅପେକ୍ଷାକୃତ ଭାବେ ଦ୍ରୁତଗତିରେ ହୋଇଥିଲା। ଦ୍ବିତୀୟ ୫୦ କୋଟି ଟିକାଦାନ ପାଇଁ ୭୬ ଦିନ ଲାଗିଥିବାବେଳେ ତୃତୀୟ ୫୦ କୋଟି ଟିକାଦାନ ପାଇଁ ୭୯ ଦିନ ଲାଗିଥିଲା। ସେହି ସମୟରେ ଡେଲ୍‌ଟା ଓ ଓମିକ୍ରନ ପ୍ରଜାତିର ସଂକ୍ରମଣ ଦେଶରେ ଦ୍ବିତୀୟ ଓ ତୃତୀୟ ଲହରର ତାଣ୍ଡବ ରଚନା କରିଥିଲା।

ମାଇଲଖୁଣ୍ଟ
ପ୍ରଥମ ୫୦ କୋଟି ୨୦୨ ଦିନ
ଦ୍ବିତୀୟ ୫୦ କୋଟି ୭୬ ଦିନ
ତୃତୀୟ ୫୦ କୋଟି ୭୯ ଦିନ
ଚତୁର୍ଥ ୫୦ କୋଟି ୧୯୧ ଦିନ

ତେବେ ୧୫୦ କୋଟିରୁ ୨୦୦ କୋଟି ସଂଖ୍ୟାରେ ପହଞ୍ଚିବା ଲାଗି ଦେଶକୁ ଅପେକ୍ଷାକୃତ ଅଧିକ ଦିନ ଲାଗିଛି। ଏହି ମାଇଲଖୁଣ୍ଟ ହାସଲ ଲାଗି ୧୯୧ ଦିନ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୯୮ ପ୍ରତିଶତ ଲୋକ ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ନେଇଛନ୍ତି। ହେସଭଳି ୯୦ ପ୍ରତିଶତ ଲୋକ ଦୁଇଟି ଡୋଜ୍ ‌କରୋନା ଟିକା ନେଇଛନ୍ତି। ଅନ୍ୟପକ୍ଷରେ ଆୱାର ୱାର୍ଲଡ ଇନ୍ ଡାଟା ଅନୁଯାୟୀ ଦେଶରେ ବର୍ତ୍ତମାନ ସୁଦ୍ଧା ୫ କୋଟି ୬୩ ଲକ୍ଷ ୬୭ ହଜାର ୮୮୮ ଜଣ ବୁଷ୍ଟର ଡୋଜ୍ ଟିକା ନେଇଛନ୍ତି।

ସମ୍ବନ୍ଧିତ ଖବର