ଟିକାକେନ୍ଦ୍ରରେ ପଞ୍ଜୀକରଣକୁ ଅନୁମତି
ସରକାରୀ କେନ୍ଦ୍ରରେ ମିଳିବ ସୁବିଧା
ନିଷ୍ପତ୍ତି ନେବେ ରାଜ୍ୟ ସରକାର
ନୂଆଦିଲ୍ଲୀ : ଦେଶର ସରକାରୀ ଟିକାଦାନ କେନ୍ଦ୍ରମାନଙ୍କରେ ୧୮ରୁ ୪୪ ବର୍ଷ ବୟସର ହିତାଧିକାରୀଙ୍କୁ ଟିକାକରଣ ପାଇଁ ଏଣିକି କେବଳ ଅନଲାଇନ ମାଧ୍ୟମ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସରକାରୀ ଟିକା କେନ୍ଦ୍ରରେ ପହଞ୍ଚି ସେମାନେ ଟିକା ପାଇଁ ନିଜ ନାମ ପଞ୍ଜୀକରଣ କରିପାରିବେ। କେନ୍ଦ୍ର ସରକାର ସୋମବାର ଏଥିପାଇଁ ଅନୁମତି ଦେଇଛନ୍ତି।
/sambad/media/post_attachments/wp-content/uploads/2021/05/v-1.jpg)
ସମ୍ପ୍ରତି ଟିକାଦାନ କେନ୍ଦ୍ରମାନଙ୍କରେ ଯେପରି କିଛି ବି ଟିକା ନଷ୍ଟ ନହୁଏ, ସେଥି ପ୍ରତି ଗୁରୁତ୍ବ ଦେଇ ସରକାର ଟିକା କେନ୍ଦ୍ରରେ ଏମାନଙ୍କୁ ପଞ୍ଜୀକରଣ ସୁବିଧା ପାଇଁ ଅନୁମତି ଦେଇଥିବା କୁହାଯାଉଛି। ତେବେ ଏ ଦିଗରେ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଅପରପକ୍ଷେ, ଏପରି ସୁବିଧା ଘରୋଇ ଟିକାଦାନ କେନ୍ଦ୍ରଗୁଡ଼ିକରେ ମିଳିବନି ବୋଲି ସ୍ପଷ୍ଟ କରାଯାଇଛି।
ସୂନଚାଯୋଗ୍ୟ ଯେ ଅନ୍ଲାଇନ୍ ପଞ୍ଜୀକରଣ ସତ୍ତ୍ବେ କୌଣସି କାରଣରୁ କେହି ହିତାଧିକାରୀ ନ ଆସିବା ଦ୍ବାରା ସେଠାରେ କିଛି ଟିକା ଅବ୍ୟବହୃତ ହୋଇ ରହିଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/vaccine-a.jpg)
