ଦେଶରେ ଟିକାକରଣକୁ ପୁରିଲା ୪ ମାସ: ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ

୭ ମାସରେ ସମସ୍ତଙ୍କୁ ଟିକାଦେବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ଦେଶରେ ଟିକାକରଣକୁ ପୂରିଲା ୪ ମାସ । ଏଯାଏଁ ସରିଛି ମାତ୍ର ୧୮ କୋଟି ନାଗରିକଙ୍କ ଟିକାକରଣ । ଆଉ ୭ ମାସରେ ସମସ୍ତଙ୍କୁ ଟିକାଦେବାକୁ ଲକ୍ଷ୍ୟ । ଏପରି ସମୟରେ ତଥ୍ୟ କହୁଛି ଦୈନିକ ୭୩ ଲକ୍ଷ ଡୋଜ୍ ଦିଆଗଲେ ପୂରଣ ହୋଇପାରିବ ଟାର୍ଗେଟ୍ । ଦେଶରେ ଟିକା ଅଭାବ ଭିତରେ ଏହା କେତେଦୂର ପୂରଣ ହୋଇପାରିବ, ତାହା ସୃଷ୍ଟି କରୁଛି ପ୍ରଶ୍ନବାଚୀ ।

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୁପ ନେଇଥିବା ବେଳେ ଭାରତରେ ଟିକାକରଣର ସବୁଠୁ ଅଧିକ ଆବଶ୍ୟକତା ରହିଛି, ଆଉ ଠିକ୍ ସେତେବେଳେ ଟିକା ସଂକଟର ତଥ୍ୟ ସାମ୍ନାକୁ ଆସୁଛି | ୧୮ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣକୁ ସାମୟିକ ଭାବେ ସ୍ଥଗିତ ରଖିବା ନେଇ ବୟାନ ଆସୁଛି । ଭାରତରେ ସାମୟିକ ଭାବେ ଯୁବ ବର୍ଗ ଅର୍ଥାତ୍ ୧୮ବର୍ଷରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣକୁ ସାମୟିକ ଭାବେ ସ୍ଥଗିତ ରଖିବା ପରାମର୍ଶ ଦେଇଛନ୍ତି ଡାକ୍ତର ଏନ୍.କେ ଅରୋରା ।

Covid vaccine: Are we safe after Covid-19 vaccination? - The Economic Times
The Economic Times

ଡାକ୍ତର ଅରୋରା ହେଉଛନ୍ତି- କେନ୍ଦ୍ର ସରକାରଙ୍କ କୋଭିଡ୍-୧୯ କାର୍ଯ୍ୟକାରୀ ଗ୍ରୁପର ମୁଖ୍ୟ ତଥା କେନ୍ଦ୍ରୀୟ କମିଟିର ଅଧ୍ୟକ୍ଷ । ଡାକ୍ତର ଅରୋରା କହିଛନ୍ତି; ଟିକାର ଅଭାବ ଦୃଷ୍ଟିରୁ ପ୍ରାଥମିକତା ଭିତ୍ତିରେ ଆମ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା | ପ୍ରଥମ ଲକ୍ଷ୍ୟ ଥିଲା ଗୁରୁତର ରୋଗୀଙ୍କ ଜୀବନ ରକ୍ଷା ଏବଂ କୋଭିଡ୍ ମୃତ୍ୟୁକୁ ରୋକିବା | ଏହା ପରେ ୪୫ ବର୍ଷରୁ ଅଧିକ, ସମ୍ମୁଖ ଯୋଦ୍ଧା ଓ କୋଭିଡ୍ ଯୋଦ୍ଧାଙ୍କ ଟିକାକରଣ ହେଲା | କିନ୍ତୁ ୧୮ରୁ ୪୪ ବର୍ଷଙ୍କୁ ଟିକାକରଣ ଆରମ୍ଭ ହେବା ପରେ ଟିକାର ସଂକଟ ବଢ଼ିଯାଇଛି | ଟିକାର ଅଭାବ ଥିବାରୁ ଏହି ବୟସବର୍ଗର ଟିକାକରଣକୁ ସ୍ଥଗିତ ରଖା ଯିବା ଉଚିତ |

ସମ୍ବନ୍ଧିତ ଖବର