ଡେଲଟା ଭାରିଆଣ୍ଟ ଉପରେ ୯୨%ପ୍ରଭାବଶାଳୀ ଟିକା: ଆଷ୍ଟ୍ରାଜେନେକା

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ଉପରେ ୯୨%ପ୍ରଭାବଶାଳୀ ଟିକା | ଏନେଇ ଆଜି ଘୋଷଣା କରିଛି ଆଷ୍ଟ୍ରାଜେନେକା | କମ୍ପାନି ପକ୍ଷରୁ କୁହାଯାଇଛି ଯେ, ପବ୍ଲିକ ହେଲଥ ଇଂଲଣ୍ଡ (ପିଏଚଇ) ର ନୂତନ ତଥ୍ୟ ଅନୁଯାୟୀ ଆଷ୍ଟ୍ରାଜେନେକା କରୋନା ଟିକା ଡେଲଟା ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ଏବଂ ଏହା ୯୨% ପର୍ଯ୍ୟନ୍ତ ଫଳପ୍ରଦ ବୋଲି ପିଏଚଇ ନିଜ ତଥ୍ୟରେ କହିଛି |

ଭାରତରେ କୋଭିସିଲ୍ଡ ନାମରେ ଆଷ୍ଟ୍ରାଜେନେକାର କରୋନା ଟିକା ଲୋକଙ୍କୁ ଦିଆଯାଉଥିବା ବେଳେ ପିଏଚଇ କହିଛି ଯେ,ଟିକାର ଦୁଇଟି ଡୋଜ୍ ଡେଲଟା ଭାରିଆଣ୍ଟ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କାକୁ ୯୨% କମ କରିଥାଏ ଏବଂ ଟିକା ନେବା ପରେ କାହାର ମୃତ୍ୟୁ ହୋଇନାହିଁ |

ଏହି ଟିକା ଆଲଫା ଭାରିଆଣ୍ଟ (ବି.୧.୧.୭) ସଂକ୍ରମଣରୁ ସୁରକ୍ଷା ଦେବା ସହ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କାକୁ ୮୬% ହ୍ରାସ କରିଥାଏ ବୋଲି ପିଏଚଇ କହିଛି | ଏହା ପୂର୍ବରୁ ଗତକାଲି ଭାରତ ବାୟୋଟେକ କୋଭାକ୍ସିନ୍ ଟିକାର ତୃତୀୟ କ୍ଲିନିକାଲ ପରୀକ୍ଷଣର ତଥ୍ୟ ଦାଖଲ କରିଥିଲା | ତଥ୍ୟରେ ଟିକା ୭୭.୮% ପ୍ରଭାବଶାଳୀ ବୋଲି କହିଥିଲା |

ସମ୍ବନ୍ଧିତ ଖବର