କିକି ଚ୍ୟାଲେଞ୍ଜକୁ ଗ୍ରହଣ କରି ଚଳନ୍ତା ଗାଡ଼ିରୁ ଓହ୍ଲାଇ ଠୁମ୍‌କା ଲଗାଇଲେ ବୃଦ୍ଧା, ଚେତାବନୀ ଦେଲା ପୁଲିସ,ଦେଖନ୍ତୁ ଭିଡିିଓ

ନୂଆଦିଲ୍ଲୀ : କାନାଡ଼ିଆଡ଼୍‍ ରାପର୍‌ ଡ୍ରେକ୍‌ଙ୍କ ମ୍ୟୁଜିକ୍‌ ଭିଡ଼ିଓ ‘କିକି ଡ଼ୁ ୟୁ ଲଭ୍‌ ମି’ ରିଲିଜ ପରେ ଏବେ ଏହି ଗୀତକୁ ନେଇ ଚାଲିଥିବା କକି ଚାଲେଞ୍ଜକୁ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଯୁବକ-ଯୁବତୀମାନଙ୍କ ସହ ଏବେ ବୟସ୍କ ଲୋକମାନେ ମଧ୍ୟ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଚଳନ୍ତା ଗାଡ଼ିରୁ ଓହ୍ଲାଇ ନାଚୁଛନ୍ତି । ଆଗରୁ ଏ ନେଇ ଦିଲ୍ଲୀ,ମୁମ୍ବାଇ ଏବଂ ଉତ୍ତରପ୍ରଦେଶ ପୁଲିସ ଟ୍ଵିଟର ମାଧ୍ୟମରେ ସଚେତନ କରାଇଥିଲେ ମଧ୍ୟ ଏବେ ଜଣେ ବୃଦ୍ଧା କିକି ଚ୍ୟାଲେଞ୍ଜକୁ ଗ୍ରହଣ କରି ଚଳନ୍ତା ଗାଡ଼ିରୁ ଓହ୍ଲାଇ ନାଚୁଥିବାର ଦେଖାଯାଇଛି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କିଛି ଲୋକ ବୃଦ୍ଧାଙ୍କୁ ପ୍ରଶଂସା କରୁଥିବା ବେଳେ କିଛି ଏହା ଭୁଲ ସନ୍ଦେଶ ଦେଉଛି ବୋଲି କହିଛନ୍ତି ।

 ଏହି ଭିଡ଼ିଓ ଭାଇରାଲ ପରେ ବଡ଼ୋଦରା ପୁଲିସ ସମସ୍ତଙ୍କୁ ଚେତାବନୀ ଦେଇ କହିଛି, “ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଦୁର୍ଘଟଣାକୁ ନିମନ୍ତ୍ରଣ କରନ୍ତୁ ନାହିଁ । ଏହି ଚ୍ୟାଲେଞ୍ଜରେ ଗାଡ଼ି ଚଳାଉଥିବା ଲୋକ ଏବଂ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏହି ଚ୍ୟାଲେଞ୍ଜ କାହାକୁ ଡ଼ାକ୍ତରଖାନା ଏବଂ କାହାକୁ ପୁଲିସ ଷ୍ଟେସନ ପଠାଇପାରେ । ସେଥିପାଇଁ କାହାକୁ କିକି ଚ୍ୟାଲେଞ୍ଜ ନ ଦେବା ସହ ଗ୍ରହଣ ମଧ୍ୟ କରନ୍ତୁ ନାହିଁ।”

ସମ୍ବନ୍ଧିତ ଖବର