ବଡୋଦରା: ଗୋଲଗପ୍ପେ/ପାଣିପୁରୀ/ ଗୁପ୍ଚୁପ୍ ନାମ ଶୁଣିଲେ ମୁହଁରେ ପାଣି ଆସି ଯାଇଥାଏ। ଲୋକମାନଙ୍କ କହିବାନୁସାରେ, ଗୁପ୍ଚୁପ୍ର ସ୍ୱାଦ ସବୁ ଖାଦ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ। ଏଥିପାଇଁ ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଗୁପ୍ଚାପ୍କୁ ନେଇ ନିକଟରେ ଏମିତି ଏକ ଖବର ପ୍ରକାଶ ପାଇଛି, ଯାହାକୁ ଶୁଣିଲେ ଅପଣଙ୍କ ମନ ନିରାଶ ହୋଇଛନ୍ତି। କାରଣ ଗୁଜୁରାଟ ବଡୋଦରାରେ ନଗରନିଗମ ଗୁପ୍ଚୁପ୍ ବିକ୍ରି ଉପରେ ଅଙ୍କୁଶ ଲଗାଛନ୍ତି। କେବଳ ଏତିକି ନୁହେଁ, ନିଗମ ପକ୍ଷରୁ ସହରରେ ଯାଞ୍ଚ ଅଭିଯାନ ବି ଆରମ୍ଭ ହୋଇଯାଇଛି। ଯାହା ଫଳରେ କୌଣସି ବି ଗୁପ୍ଚୁପ୍ ବିକ୍ରେତା ଲୁଚି ଛପି ଏହାକୁ ବିକ୍ରି କରି ପାରିବେ ନାହିଁ।
/sambad/media/post_attachments/wp-content/uploads/2018/07/images-38.jpg)
ତେବେ ନଗରନିଗମ କାହିଁକି ଏହି ପଦକ୍ଷେପ ଉଠାଇଛି ଆସନ୍ତୁ ଜାଣିବା..
ବଡୋଦରାରେ ଗୁପ୍ଚୁପ୍ ବିକ୍ରି ଉପରେ ଅଙ୍କୁଶ ଲଗାଇବାର କାରଣ ହେଉଛି ଏହାର ପ୍ରସ୍ତୁତ ପ୍ରଣାଳୀ। ନଗରନିଗମ ମୁତାବକ, ଗୁପ୍ଚୁପ୍ ପ୍ରସ୍ତୁତ ହେଉଥିବା ୫୦ଟି ସ୍ଥାନରେ ଯାଞ୍ଚ କରାଯାଇଥିଲା। ସବୁସ୍ଥାନରେ ଦୋକାନୀ ଗୁପ୍ଚୁପ୍ ପ୍ରସ୍ତୁତ ସିନା କରୁଛନ୍ତି କିନ୍ତୁ ସଫାସୁତୁରା ଉପରେ ଆଦୌ ଧ୍ୟାନ ଦେଉ ନାହାନ୍ତି। ଦୋକାନୀ ଗୁପ୍ଚୁପ୍ ପ୍ରସ୍ତୁତ ପ୍ରଣାଳୀରେ ବ୍ୟବହୃତ କରୁଥିବା ପାଣି ଅସ୍ୱାସ୍ଥ୍ୟକର ସାବ୍ୟସ୍ତ ହୋଇଛି। ଯାହା ସ୍ୱାସ୍ଥ୍ୟପକ୍ଷେ କ୍ଷତି କାରକ। ବର୍ଷା ସମୟରେ ଏହାକୁ ଖାଇଲେ ଲୋକମାନଙ୍କୁ ଟାଇଫଏଡ, ଜଣ୍ଡିସ୍ ଓ ଫୁଡ ପଏଜନ୍ ଆଦି ରୋଗ ହେବାର ଅନେକ ଆଶଙ୍କା ରହିଛି।ପ୍ରଶାସନ ପକ୍ଷରୁ ୪ହଜାର କିଲୋଗ୍ରାମ ଗୁପଚୁପ୍, ସଢ଼େ ତିନ ହଜାର କିଲୋଗ୍ରାମ ଆଳୁ ଓ କବୁଲି ବୁଟ ଏବଂ ୧୨୦୦ ଲିଟର ଗୁପ୍ଚୁପ୍ ପାଣି ଜବତ କରି ରାସ୍ତାରେ ଫିଙ୍କି ଦେଇଥିଲେ। ଏହି କାରଣରୁ ଗୁପ୍ଚୁପ୍ ବିକ୍ରି ଉପରେ ଅଙ୍କୁଶ ଲଗାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/panipuri_625x350_41439872700.jpg)