ଇଡି ଜେରାର ସମ୍ମୁଖୀନ ହୋଇ ଫେରିଲେ ଗାନ୍ଧୀ ପରିବାର ଜାମାତା ଭଦ୍ରା: ସ୍ୱାମୀଙ୍କ ଆଗରେ ଢାଲ ପରି ଛିଡ଼ା ହୋଇଛନ୍ତି ପ୍ରିୟଙ୍କା 

ନୂଆଦିଲ୍ଳୀ: ବେଆଇନ୍‌ ଅର୍ଥ କାରବାରରେ ଫସିଥିବା ରୋବର୍ଟ ଭଦ୍ରା ତଦନ୍ତରେ ସହଯୋଗ କରିବା ପାଇଁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସ୍‌ରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପଚରାଯିବାକୁ ଥିବା ୪୦ଟି ପ୍ରଶ୍ନର ଲିଖିତ ଉତ୍ତର ଦେବା ପାଇଁ ପୂର୍ବରୁ ସୂଚନା ମିଳିଥିଲା। ତେବେ ଇଡି ପକ୍ଷରୁ ଭଦ୍ରାଙ୍କୁ ହୋଇଥିବା ଜେରା ସମାପ୍ତ ହୋଇଛି।

ଜାଣିବାକୁ ମିଳିଛି ଯେ ଭଦ୍ରା ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଲଣ୍ଡନ୍‌ରେ ତାଙ୍କ ମାଲିକାନାରେ କୌଣସି ସମ୍ପତ୍ତି ନାହିଁ ବୋଲି କହିବା ସହ ସଞ୍ଜୟ ଭଣ୍ଡାରି ଏବଂ ତାଙ୍କ ସଂପର୍କୀୟ ଭାଇ ସୁମିତ୍‌ ଚଢ଼ାଙ୍କ ସହ ବେଆର୍ଇନ୍‌ ଅର୍ଥ କାରବାରରେ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ସ୍ପଷ୍ଟ ମନା କରି ଦେଇଛନ୍ତି। ଏହା ବ୍ୟତୀତ ସେ ମନୋଜ ଅରୋରାଙ୍କୁ କେବଳ ଜଣେ କର୍ମଚାରୀ ଭାବେ ଜାଣନ୍ତି ବୋଲି ସଫେଇ ଦେଇଛନ୍ତି।

ଭଦ୍ରାଙ୍କୁ ଯୁଗ୍ମ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଏବଂ ଅନ୍ୟ ୫ ଜଣ ଅଧିକାରୀଙ୍କୁ ନେଇ ଗଠିତ ଇଡିର ଏକ ଦଳ ବେଆଇନ୍‌ ଆର୍ଥିକ କାରବାର ସଂପର୍କରେ ଜେରା କରିଥିଲେ। ତାଙ୍କୁ ତାଙ୍କ ପତ୍ନୀ ପ୍ରିୟଙ୍କା ଗାନ୍ଧୀ ଇଡି ଅଫିସ୍‌ରେ ଛାଡ଼ କରି ଯାଇଥିବା ସୂଚନା ରହିଥିଲା।

ସ୍ୱାମୀଙ୍କ ସଂପର୍କରେ ପ୍ରିୟଙ୍କା କୁହନ୍ତି କି ‘ମୁଁ ପୂରା ପୂରି ଭାବେ ମୋ ସ୍ୱାମୀଙ୍କ ସହ ରହିଛି। ଏହା ହେଉଛି ଏକ ରାଜନୈତିକ ଷଡ଼ଯନ୍ତ୍ର। ଏହାର ସମାଧାନ ଆମେ କାଢ଼ି କରି ରହିବୁ।’

ସମ୍ବନ୍ଧିତ ଖବର