ଜମ୍ମୁ: ଜମ୍ମୁରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ବନ୍ଦ କରାଯାଇଛି। କଟରାର ଅର୍ଦ୍ଧକୁମାରୀରେ ଭୂସ୍ଖଳନ ହୋଇଛି। ଜମ୍ମୁର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ସୋମବାର ବିଳମ୍ବିତ ରାତିରୁ ପ୍ରବଳ ଏବଂ ନିରନ୍ତର ବର୍ଷା ହେବା ପରେ ମାତା ବୈଷ୍ଣୋ ଦେବୀଙ୍କ ପବିତ୍ର ମନ୍ଦିର ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡର ଅଧିକାରୀଙ୍କ ଅନୁଯାୟୀ, ପ୍ରବଳ ବର୍ଷା ପରେ ହିମକୋଟୀ ମାର୍ଗକୁ ପ୍ରଥମେ ବନ୍ଦ କରାଯାଇଥିଲା। ପାଗରେ ଉନ୍ନତି ନ ଘଟିବାରୁ, ବୋର୍ଡ ସମ୍ପୂର୍ଣ୍ଣ ଯାତ୍ରାକୁ କିଛି ଘଣ୍ଟା ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।

Advertisment

ସ୍ରାଇନ ବୋର୍ଡର ଜଣେ ମୁଖପାତ୍ର କହିଛନ୍ତି, "ଭକ୍ତଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ପରିସ୍ଥିତି ସ୍ୱାଭାବିକ ହେଲେ ବୈଷ୍ଣୋ ଦେବୀଙ୍କ ଯାତ୍ରା ପୁନର୍ବାର ଆରମ୍ଭ କରାଯିବ।" ପ୍ରଶାସନ ଭକ୍ତମାନଙ୍କୁ କୌଣସି ପ୍ରକାରର ଗୁଜବରେ ଧ୍ୟାନ ନ ଦେବାକୁ କହିଛି। ଏହା ସହିତ, ଶ୍ରାଇନ ବୋର୍ଡର ସରକାରୀ ଚ୍ୟାନେଲ ମାଧ୍ୟମରେ ଜାରି କରାଯାଇଥିବା ଅପଡେଟ୍ ଅନୁସରଣ କରିବାକୁ ସେମାନଙ୍କୁ ଅନୁରୋଧ କରାଯାଇଛି।