ନୂଆଦିଲ୍ଲୀ: ତୀର୍ଥଯାତ୍ରା କରିବାକୁ ଯାଉଥିବା ଲୋକମାନଙ୍କ ପାଇଁ ଖୁସି ଖବର। ଏଣିକି ତୀର୍ଥଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ମାଗଣା ବୀମା ଭଳି ସୁବିଧା ପ୍ରାପ୍ତ ହୋଇପାରେ। ଆଜ୍ଞା ହଁ, ଯଦି ଆପଣ ବୈଷ୍ଣୋଦେବୀ ମାତାଙ୍କ ଦର୍ଶନ ପାଇଁ ଇଚ୍ଛୁକ ଅଛନ୍ତି ତେବେ ଏହି ସୁବିଧାର ଆପଣ ସମ୍ପୂର୍ଣ୍ଣ ଭାବେ ଲାଭ ଉଠାଇ ପାରିବେ।
ଶ୍ରୀ ବୈଷ୍ଣୋଦେବୀ ବୋର୍ଡ ମାତାଙ୍କ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଦୁର୍ଘଟଣା ବୀମା ରାଶିକୁ ବୃଦ୍ଧି କରି ୫ଲକ୍ଷ ଟଙ୍କା କରି ଦେଇଛନ୍ତି। ସେହିପରି ଆଖପାଖ ଅଞ୍ଚଳରୁ ଆସୁଥିବା ଟ୍ରମା ପୀଡିତାଙ୍କ ଯଦି ଭୂସ୍ଖଳନ କିମ୍ବା ଚଟାଣ ଧସିବା ହେତୁ ଦୁର୍ଘଟଣାର ଶିକାର ହୁଅନ୍ତି ସେମାନଙ୍କ ଚିକିତ୍ସା ସୁପର ସ୍ପେଶାଲିଟି ହସ୍ପିଟାଲରେ କରାଯିବ। ଯେ ପର୍ଯ୍ୟନ୍ତ ରୋଗୀର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନାହିଁ ସେ ପର୍ଯ୍ୟନ୍ତ ଚିକିତ୍ସା ଜାରି ରଖାଯିବ। ଏହାର ଖର୍ଚ୍ଚ ପାଖାପାଖି ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିବାର ଅନୁମାନ କରାଯାଇଛି। ବୋର୍ଡ ଏହି ନିଷ୍ପତ୍ତି ନିଜର ୬୩ତମ ବୈଠକରେ ନେଇଛି।
/sambad/media/post_attachments/wp-content/uploads/2018/10/download-2-13.jpg)
ସର୍ବପ୍ରଥମେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ, ବୋର୍ଡ ଏହି ବୀମା ରାଶି ୮ବର୍ଷ ପରେ ବୃଦ୍ଧି କରିଛି। ଏହାପୂର୍ବରୁ ୫ ବର୍ଷରୁ ଅଧିକ ବୟସର ଶ୍ରଦ୍ଧାଳୁଙ୍କ ପାଇଁ ଦୁର୍ଘଟଣା ବୀମା ରାଶି ୩ଲକ୍ଷ ଟଙ୍କା ଥିଲା। ୫ବର୍ଷରୁ କମ୍ ବୟସର ତୀର୍ଥଯାତ୍ରୀଙ୍କ ପାଇଁ ବୀମା ରାଶି ୧ଲକ୍ଷ ଟଙ୍କା ଥିଲା ଯାହାକୁ ବୃଦ୍ଧି କରି ୩ଲକ୍ଷ ଟଙ୍କା କରି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/vaishno-devi-1539586737.jpg)