ବିଶ୍ୱ ସ୍ତବ୍ଧ : ଆମେରିକାଠାରୁ ଆରମ୍ଭ କରି ଚୀନ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା

ଭୁବନେଶ୍ୱର (ତପନ ମହାରଣା) : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନପ୍ରିୟ ନେତା ଅଟଳବିହାରୀ ବାଜପେୟୀଙ୍କ ନିଧନରେ କେବଳ ଆମ ଦେଶ ନୁହେଁ ସାରା ବିଶ୍ୱ ସ୍ତବ୍ଧ ହୋଇପଡିଛି । ବିଶ୍ୱର ପ୍ରମୁଖ ଗଣମାଧ୍ୟମରେ ତାଙ୍କର ନିଧନ ଖବର ପ୍ରକାଶିତ ହୋଇଛି ।

ଆମେରିକାର ପ୍ରମୁଖ ସମ୍ବାଦପତ୍ର ଓ୍ଵାସିଂଟନ ପୋଷ୍ଟ ଲେଖିଛି ଯେ ‘ଭାରତକୁ ଆଣବିକ ଶକ୍ତିସମ୍ପନ୍ନ କରିଥିବା ପ୍ରଧାନମନ୍ତ୍ରୀଙ୍କ ନିଧନ’ । ଆମେରିକାର ବିଖ୍ୟାତ ସମ୍ବାଦପତ୍ର ନ୍ୟୁୟର୍କ ଟାଇମ୍ସରେ ଲେଖାଅଛି, ଅଟଳବିହାରୀ ବାଜପେୟୀ ଯିଏକି ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିଥିଲେ ଓ ଆମେରିକା ସହ ନିବିଡ ସମ୍ପର୍କ ସ୍ଥାପନ କରିଥିଲେ, ୯୩ ବର୍ଷରେ ପରଲୋକ ।

ସେହିପରି ବ୍ରିଟେନର ପ୍ରମୁଖ ସମ୍ବାଦପତ୍ର ଇଣ୍ଡିପେଣ୍ଡେଣ୍ଟ ଲେଖିଛି ଯେ ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ବାଜପେୟୀଙ୍କ ୯୩ ବର୍ଷରେ ନିଧନ । ହଂକଂରୁ ପ୍ରକାଶ ପାଉଥିବା ସାଉଥ ଚାଇନା ମଣ୍ଣିଂ ପୋଷ୍ଟ ଲେଖିଛି, ତିନିଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ବାଜପେୟୀଙ୍କ ୯୩ ବର୍ଷରେ ନିଧନ’ । ସେହିପରି କାତାରର ସମ୍ବାଦପତ୍ର ଗଲ୍ଫ ଟାଇମ୍ସ ଲେଖିଛି ଯେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ନିଧନ । ପାକିସ୍ତାନର ଲୋକପ୍ରିୟ ସମ୍ବାଦପତ୍ର ଡନ ଲେଖିଛି ଯେ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ । ଶ୍ରୀଲଙ୍କାର ଖବରକାଗଜ ଡେଲି ମିରରରେ ଲେଖାଯାଇଛି, ‘ ପୂର୍ବତନ ଭାରତୀୟ ପିଏମ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷରେ ପରଲୋକ’ ।

ସମ୍ବନ୍ଧିତ ଖବର