ନୂଆଦିଲ୍ଲୀ : ୧୯୯୯ ମସିହାରେ କାର୍ଗିଲ ଯୁଦ୍ଧବେେଳେ ଭାରତୀୟ ବାୟୁସେନାକୁ ନିୟନ୍ତ୍ରଣ ରେଖା ବା ଏଲ୍ଓସି ଅତିକ୍ରମ କରିବା ଲାଗି ଭାରତୀୟ ବାୟୁସେନାକୁ ଅନୁମତି ଦେଇ ନଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ଦ୍ବାରା ଲିଖିତ ‘ଏ ପ୍ରାଇମ୍ ମିନିଷ୍ଟର ଟୁ ରିମେମ୍ବର: ମେେମାରିଜ୍ ଅଫ୍ ଏ ମିଲିଟାରି ଚିଫ୍’ ନାମକ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ପୂର୍ବତନ ବାୟୁସେନା ମୁଖ୍ୟ ଅନିଲ ଟିପନିସ୍ କହିଛନ୍ତି। ତତ୍କାଳୀନ ସ୍ଥଳସେନା ମୁଖ୍ୟ ବେଦ୍ ମଲ୍ଲିକ୍ ଏବଂ ସେ ନିଜେ ବାଜପେୟୀଙ୍କୁ ଭେଟିଥିଲେ। ଜେନେରାଲ ମଲ୍ଲିକଙ୍କ ଠାରୁ ବାଜପେୟୀ ଜାଣିବାକୁ ଚାହିଁଥିଲେ ବାୟୁସେନା ବିନା ସ୍ଥଳସେନା କାର୍ଯ୍ୟ ସମ୍ପାଦନ କରିବାକୁ ସକ୍ଷମ ହେବ କି ନାହିଁ। ଜେନେରାଲ ମଲ୍ଲିକ ଏହାର ଉତ୍ତର ଦେବା ପୂର୍ବରୁ ଟିପନିସ୍ କହିଥିଲେ ବାୟୁସେନାର ସହଯୋଗ ସ୍ଥଳସେନା ଆବଶ୍ୟକ କରୁଛି। କିଛି ସମୟ ନିରବ ରହିବା ପରେ ବାଜପେୟୀ କହିଥିଲେ କାଲି ସକାଳୁ ଏହା ଆରମ୍ଭ କର। ତେବେ ଏଲଓସି ଅତିକ୍ରମ କରିବା ନେଇ ପ୍ରଶ୍ନ ହେବାରୁ ବାଜପେୟୀ ଦୃଢ଼ଭାବେ ଏହା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଟିପନିସ୍ କହିଛନ୍ତି।
ବାୟୁସେନାକୁ ଏଲ୍ଓସି ଅତିକ୍ରମ କରିବାକୁ ଅନୁମତି ଦେଇ ନଥିଲେ ବାଜପେୟୀ
/sambad/media/post_attachments/wp-content/uploads/2019/06/Atal-Bihari-Vajpayee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)