ନୂଆଦିଲ୍ଲୀ: ବାପାମାଆଙ୍କ ସମ୍ମତି ବିନା ପ୍ରେମ-ବିବାହ ନ କରିବାକୁ ଗୁଜରାଟ ଅନ୍ତର୍ଗତ ସୁରତର ହଜାର ହଜାର ସ୍କୁଲ୍ ପିଲା ଭାଲେଣ୍ଟାଇନ୍ସ୍ ଡେ’ରେ ଶପଥ କରିବେ। ଫେବ୍ରୁଆରି ୧୪ ତାରିଖ ଦିନ ହାସ୍ୟମେବ ଜୟତେ’ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି।
କାର୍ଯ୍ୟକ୍ରମ ନିମନ୍ତେ ସୁରତର ୧୨ଟି ସ୍କୁଲ୍ର ପିଲାମାନଙ୍କୁ ଅଣାଯାଉଛି।
ଯଦି ବାପାମାଆ ସମ୍ମିତି ଦିଅନ୍ତି ତେବେ ଯାଇ ସେମାନେ ସେମାନଙ୍କ ପ୍ରେମିକ/ପ୍ରେମିକାଙ୍କୁ ବାହା ହେବେ ବୋଲି ପିଲାମାନେ ଶପଥ ନେବେ। ସହରରେ ଗୁଡ଼ାଏ କ୍ଲବ୍ ଚଳାଉଥିବା ହାସ୍ୟ ଚିକିତ୍ସକ କମଳେଶ ମସଲାଓ୍ଵାଲା ଏଇ ସଂଗଠନକୁ ଚଳାଉଛନ୍ତି।
ସେ କହନ୍ତି: ଆଜିକାଲି ବହୁ ତରୁଣ/ତରୁଣୀ ପ୍ରେମ କରି ଅପରିଣାମଦର୍ଶୀ ଭାବେ ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଅନେକେ ଘରୁ ପଳାଇ ଯାଇ ବାହାହୋଇ ପଡୁଛନ୍ତି, କିନ୍ତୁ ଏ ଭଳି ସମ୍ପର୍କ ସ୍ୱଳ୍ପସ୍ଥାୟୀ ହୋଇଯାଉଛି। ଜୀବନରେ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ପୂର୍ବରୁ ପିତାମାତାଙ୍କ ଉପଦେଶର ଗୁରୁତ୍ୱ ପ୍ରଚାର କରିବାକୁ ଆମେ ଚାହୁଁଛୁ।
ସହରର ୧୨ଟି ସ୍କୁଲ୍ର ପିଲାମାନେ ଶପଥ ନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Valentines-Day.jpg)