ମୁମ୍ବାଇ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ରେଳବିଭାଗର ନିଆରା ପଦକ୍ଷେପ । ମହିଳାଙ୍କ କାନ୍ଧରେ ବନ୍ଦେ ଭାରତ ଏକ୍ସପ୍ରେସର ଦାୟିତ୍ବ । ଯିଏ ପରିବାର ଚଳାଇପାରୁଛି ସିଏ କାହିଁକି ଟ୍ରେନ୍ ଚଳାଇପାରିବନି... ସେହି ଉଦ୍ଦେଶ୍ୟରେ ସିଏସଏମଟିରୁ ସିରିଡି ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ସମସ୍ତ ଦାୟିତ୍ବ ଆଜି ଦିନକ ପାଇଁ ମହିଳାମାନେ ନେଇଛନ୍ତି ।
ଟ୍ରେନ୍ ନଂ ୨୨୨୨୩- ଯାହା ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରୁ ସିରିଡି ଅଭିମୁଖେ ଯାତ୍ରା କରୁଛି ସେହି ଟ୍ରେନର ସମସ୍ତ କ୍ରିୟୁ ମେମ୍ବର ମହିଳା ଅଟନ୍ତି । ଲୋକୋ-ପାଇଲଟ ଠାରୁ ସହକାରୀ ଲୋକୋ-ପାଇଲଟ, ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀ ସମସ୍ତେ ଆଜି ସେ ଟ୍ରେନରେ ମହିଳା ହିଁ ଅଛନ୍ତି ।
ରେଳ ମନ୍ତ୍ରାଳୟ ଦ୍ବାରା ଏହି ଐତିହାସିକ ନିଷ୍ପତ୍ତି ଦେଶରେ ପ୍ରଥମ ଥର ପାଇଁ ନିଆଯାଇଛି । ଯାହା ମହିଳାଙ୍କ ସାମର୍ଥ, ଆତ୍ମଶକ୍ତି, ତ୍ୟାଗ, କର୍ତ୍ତବ୍ୟପରାୟଣତା ଏବଂ ନେତୃତ୍ବ ନେବାର କ୍ଷମତାକୁ ପ୍ରତିପାଦିତ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/08/cZ3j1xwrE1MYYbiA6vvt.jpg)