ବନ୍ଦେ ଭାରତ ମିସନ୍: ୩୬୩ ଜଣ ଭାରତୀୟଙ୍କୁ ‌ଆଣି କେରଳରେ ଅବତରଣ କଲା ଦୁଇଟି ଏୟାର୍ ଇଣ୍ଡିଆ ଏକ୍ସ୍‌ପ୍ରେସ୍ ବିମାନ

ନୂଆଦିଲ୍ଲୀ: ବିଦେଶରେ ଅଟକି ରହିଥିବା ଲକ୍ଷ ଲକ୍ଷ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆରମ୍ଭ ହୋଇଥିବା ‘ବନ୍ଦେ ଭାରତ ମିସନ୍’ରେ ୩୬୩ ଜଣ ଭାରତୀୟ କେରଳରେ ପହଞ୍ଚିଛନ୍ତି।

ଗୁରୁବାର ରାତିରେ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍‌ର ଦୁଇଟି ବିମାନ ସେମାନଙ୍କୁ ଆଣି କରେଳରେ ଅବତରଣ କରିଛନ୍ତି। ସେଥିରୁ ଆବୁଧାବିରୁ କୋଚି ଆସିଥିବା ବିମାନରେ ଥିଲେ ୧୭୭ ଜଣ ବ୍ୟକ୍ତି ଓ ଚାରିଜଣ କୋଳଛୁଆ। ସେହିଭଳି ଦୁବାଇରୁ କୋଝିକୋଡ଼ ଆସିଥିବା ଅନ୍ୟ ଏକ ବିମାନରେ ଥିଲେ ୧୭୭ ଜଣ ବ୍ୟକ୍ତି ଓ ପାଞ୍ଚଜଣ କୋଳଛୁଆ।

Image Source: Zee News

ଗୁରୁବାର ପ୍ରତ୍ୟୁଷରେ ଏୟାର୍ ଇଣ୍ଡିଆ ଏକ୍ସ୍‌ପ୍ରେସ୍‌ର ୧୮୯ ଆସନବିଶିଷ୍ଟ ଦୁଇଟି ବୋଇଙ୍ଗ୍ ୭୩୭ ବିମାନ କେରଳରୁ ଦୁଇଜଣ ଲେଖାଏଁ ପାଇଲଟ୍ ଏବଂ ଚାରିଜଣ ଲେଖାଏଁ କ୍ୟାବିନ୍ କ୍ରୁ ଧରି କେରଳରୁ ଉଡ଼ାଣ ଆରମ୍ଭ କରିଥିଲା।

ବିଦେଶରୁ ସ୍ଥାନାନ୍ତରିତ ହୋଇଥିବା ଏହି ଭାରତୀୟମାନଙ୍କୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଦ୍ବାରା ବ୍ୟବସ୍ଥା କରାଯାଇଥିବା କ୍ବାରେଣ୍ଟିନ୍‌ରେ ରଖାଯିବ ବୋଲି କେରଳ ସରକାରୀ ଅଧିକାରୀମାନେ କହିଛନ୍ତି।

 

 

ସମ୍ବନ୍ଧିତ ଖବର