ବନ୍ଦେ ଭାରତ ମିସନ୍: ରିୟାଦ୍ ଓ ବାହରେନ୍‌ରେ ଅଟକି ଥିବା ଭାରତୀୟଙ୍କୁ ନେଇ କେରଳରେ ପହଞ୍ଚିଲା ଦୁଇଟି ସ୍ବତନ୍ତ୍ର ବିମାନ

କେରଳ: ବନ୍ଦେ ଭାରତ ମିସନ୍‌ର ଦ୍ବିତୀୟ ଦିବସରେ ଦୁଇଟି ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଉପସାଗରୀୟ ଦେଶରୁ ୩୩୫ଜଣ ଭାରତୀୟଙ୍କୁ ଆଣି ‌ଶୁକ୍ରବାର ରାତିରେ କେରଳର ଦୁଇଟି ବିମାନ ବନ୍ଦରରେ ଅବତରଣ କରିଛି।

ରିୟଦରୁ ଆସିଥିବା ପ୍ରଥମ ବିମାନରେ ୮୪ଜଣ ଅନ୍ତଃସତ୍ତ୍ବା ମହିଳା, ୨୨ଜଣ ପିଲା ଓ ୪ଜଣ କୋଳଛୁଆଙ୍କ ସମେତ ସମୁଦାୟ ୧୫୩ଜଣ ଯାତ୍ରୀ ଥିଲେ। ଶୁକ୍ରବାର ରାତି ୮ଟା ବେଳେ ଏହି ବିମାନ କୋଝିକୋଡ଼ ବିମାନ ବନ୍ଦରରେ ଅବରତଣ କରିଥିଲା।

Image Source: Zee News

ଅନ୍ୟ ଏକ ବିମାନ ଆସିଥିଲା ବାହାରେନ୍‌ରୁ। ୫ଜଣ କୋଳଛୁଆଙ୍କ ସମେତ ୧୭୭ ଜଣ ଭାରତୀୟଙ୍କୁ ଆଣିଥିବା ଏହି ବିମାନ ରାତି ୧୧: ୩୨ ମିନିଟ୍‌ରେ କୋଚି ବିମାନ ବନ୍ଦରରେ ପହଞ୍ଚିଥିଲା।

ବିମାନ ଆରୋହଣ କରିବା ପୂର୍ବରୁ ଏହି ଯାତ୍ରୀମାନଙ୍କର ବିମାନ ବନ୍ଦରରେ କୋଭିଡ୍-୧୯ ଲକ୍ଷଣ ପରୀକ୍ଷଣ କରାଯାଇ ଥିଲା। କୋଝିକୋଡ଼ ବିମାନ ବନ୍ଦରସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ରିୟାଦ୍‌ରୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ ୫ଜଣଙ୍କର କିଛି ସ୍ବାସ୍ଥ୍ୟ ସମସ୍ୟା ଥିବାରୁ ସେମାନଙ୍କୁ ମାଞ୍ଜେରି ଏବଂ କୋଝିକୋଡ଼ ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌କୁ ପଠାଯିବ।

ବିମାନରୁ ଅବତରଣ ପରେ ମଧ୍ୟ ସମସ୍ତ ଯାତ୍ରୀଙ୍କର ଥର୍ମାଲ୍ ସ୍କାନିଙ୍ଗ୍ କରାଯାଇଥିଲା।

 

ସମ୍ବନ୍ଧିତ ଖବର