ମାତ୍ର ୬୪ କିଲୋମିଟର ବେଗରେ ଚାଲୁଛି ବନ୍ଦେ ଭାରତ

ନୂଆଦିଲ୍ଲୀ : ବନ୍ଦେ ଭାରତ ଟ୍ରେନକୁ ନେଇ ସରକାର ବଡ଼ ବଡ଼ ଦାବି କରୁଥିଲେ ବି କେତେକ କ୍ଷେତ୍ରରେ ଏହା ଆଶାନୁରୂପ ଭାବେ ପ୍ରଦର୍ଶନ କରିପାରୁନାହିଁ । ଏହାକୁ ଏକ ସେମି-ହାଇସ୍ପିଡ୍ ଟ୍ରେନ ବୋଲି କୁହାଯାଉଥିବାବେଳେ ଏହା କିନ୍ତୁ ଅନ୍ୟ ଏକ୍ସପ୍ରେସ ଟ୍ରେନ ପରି ସାଧାରଣ ବେଗରେ ଗତି କରୁଛି । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ଦାବି କରାଯାଉଥିବାବେଳେ ଏହା ଘଣ୍ଟାପ୍ରତି ହାରାହାରି ୬୪ କିଲୋମିଟର ବେଗରେ ଚାଲୁଛି ।

ବନ୍ଦେ ଭାରତ ଏକ୍ସପ୍ରେସ ରାଜଧାନୀ ଓ ଶତାବ୍ଦୀ ଭଳି ବର୍ତ୍ତମାନର ସୁପରଫାଷ୍ଟ ଟ୍ରେନ୍ ଭଳି ସମାନ ବେଗରେ ଚାଲୁଛି। ଧୀମା ଗତିରେ ଯିବାର ଏକ କାରଣ ହେଉଛି ବୈଷୟିକ ଗତି ପ୍ରତିବନ୍ଧକ । ରେଳ ବାଇର ଜଣେ ମୁଖପାତ୍ର କହିଛନ୍ତି ଯେ ଟ୍ରାକ୍ ଉପରେ ଥିବା ସ୍ଥାୟୀ ବେଗ ପ୍ରତିବନ୍ଧକ ହଟାଇବା ଏକ ସମୟସାପେକ୍ଷ ପ୍ରକ୍ରିୟା ଯାହା ଉପରେ ଡିଆରଏମ ଏବଂ ଜିଏମ୍ କାର୍ଯ୍ୟ କରୁଛନ୍ତି ।

ଅନ୍ୟପକ୍ଷରେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ୭୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ରେଳବାଇକୁ ଦାୟିତ୍ବ ଦିଆଯାଇଥିଲେ ହେଁ ଏହା ଲକ୍ଷ୍ୟ ନିକଟତର ହୋଇନାହିଁ। ଏପର୍ଯ୍ୟନ୍ତ ମାତ୍ର ୧୭ଟି ବନ୍ଦେ ଭାରତ ଚାଲିପାରିଛି । ଅଗଷ୍ଟ ମାସ ପାଖେଇ ଆସୁଥିବାବେଳେ ଏହି ଲକ୍ଷ୍ୟ ହାସଲକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର