ମାତା ବୈଷ୍ଣୋଦେବୀ ଭକ୍ତମାନଙ୍କ ପାଇଁ ଖୁସି ଖବର: ମାତ୍ର ୮ଘଣ୍ଟାରେ ନୂଆଦିଲ୍ଲୀରୁ କଟରାରେ ପହଞ୍ଚି ହେବ

ନୂଆଦିଲ୍ଲୀ: ମାତା ବୈଷ୍ଣୋଦେବୀ ଭକ୍ତମାନଙ୍କ ପାଇଁ ମୋଦୀ ସରକାର ଏକ ବଡ଼ ଉପହାର ଦେବେ ବୋଲି ଜଣାଯାଇଛି। ତାହାହେଲା ଯେ ଭକ୍ତମାନେଏବେ ମାତ୍ର ୮ଘଣ୍ଟାରେ ନୂଆଦିଲ୍ଲୀରୁ ବାହାରି କଟରାରେ ପହଞ୍ଚିପାରିବେ। ଏଥିଲାଗି ଦେଶର ଅତ୍ୟାଧୁନିକ ଓ ଦ୍ରୁତଗାମୀ ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ପ୍ରସ୍ତୁତ କରାଯାଉଛି। । ଏହି ଟ୍ରେନର ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ଥିବା ଯୋଗୁଁ ଏହି ଟ୍ରେନ ମାଧ୍ୟମରେ ନୂଆଦିଲ୍ଲୀରୁ କଟରା ମାତ୍ର ୮ ଘଣ୍ଟା ଲାଗିବ ।

ନୂଆଦିଲ୍ଳୀଠାରୁ କଟରା ଷ୍ଟେସନ ମଧ୍ୟରେ ବନ୍ଦେ ଭାରତର ଏହି ରେଳଯାତ୍ରାରେ ମାତ୍ର ତିନିଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଅଟକିବ । ଏହି ଷ୍ଟେସନଗୁଡିକ ହେଲା ଅମ୍ବାଲା ଜଙ୍କସନ, ଲୁଧିଆନା ଓ ଜମ୍ମୁ । ରେଳ ମନ୍ତ୍ରାଳୟର ଯୋଜନା ଅନୁସାରେ ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟାରୁ ଦିଲ୍ଲୀରୁ ବାହାରି କଟରା ଷ୍ଟେସନ ପାଇଁ ବାହାରି ୨ଘଣ୍ଟା ୧୦ ମିନିଟ ପରେ ଅମ୍ବାଲା ଜଙ୍କସନରେ ପହଂଚିବ ।

photo-youtube

ଏଠାରେ ୨ ମିନିଟ ଅଟକିବା ପରେ ଆଗକୁ ବଢ଼ିବ ଓ ୯ଟା ୨୨ରେ ଲୁଧିଆନାରେ ପହଂଚିବ । ପୂର୍ବାହ୍ଣ ୯ଟା ୨୪ରେ ଲୁଧିଆନାରୁ ଟ୍ରେନ ବାହାରି ୧୨ଟା ୪୦ରେ ଜମ୍ମୁ ତଭି ଷ୍ଟେସନରେ ପହଂଚିବ । ଏଠାରେ ୨ ମିନିଟ ଅଟକିବା ପରେ ଅପରାହ୍ଣ ୨ଟାରେ କଟରା ଷ୍ଟେନସରେ ପହଂଚିବ । କଟରାରୁ ବନ୍ଦେ ଭାରତ ଏକ୍ସପ୍ରେସ ୩ଟାରେ ବାହାରି ରାତି ୧୧ଟାରେ ନୂଆଦିଲ୍ଲୀରେ ପହଂଚିବ । ଏହାଫଳରେ ମାତା ବୈଷ୍ଣୋଦେବୀ ଭକ୍ତମାନଙ୍କ ପାଇଁ ଯାତାୟତରେ ଅଧିକ ସୁବିଧା ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର