ବଂଶଧାରା ଜଳବିବାଦ ମାମଲା: ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ଶୁଣାଣି ଆଜି

ନୂଆଦିଲ୍ଲୀ : ଆସନ୍ତାକାଲି ବଂଶଧାରା ଜଳବିବାଦ ମାମଲାରେ ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ଅଲଗା ଅଲଗା ଶୁଣାଣି ହେବ। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଦ୍ବାରା ବଂଶଧାରା ଜଳବିବାଦ ମାମଲାର ୨୦୧୭ର ଚୂଡ଼ାନ୍ତ ରାୟକୁ ବିରୋଧ କରି ଦାଖଲ କରାଯାଇଥିବା ଏସଏଲପି ତଥା ଟ୍ରିବ୍ୟୁନାଲରେ ସେପ୍ଟେମ୍ବର ୨୦୧୯ର ଯୁଗ୍ମ ସର୍ଭେ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ପିଟିସନର ଶୁଣାଣି ଏକତ୍ର ଭାବରେ ହେବ। ଦୁଇଟି ମାମଲାର ଏକତ୍ର ଶୁଣାଣି ନେଇ ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ଅପରପକ୍ଷେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲଙ୍କ ଦ୍ବାରା ଆସନ୍ତାକାଲି ମଧ୍ୟାହ୍ନରେ ଯୁଗ୍ମ ସର୍ଭେ ନିର୍ଦ୍ଦେଶ ଶୁଣାଣିର କାର୍ଯ୍ୟାନୁଷ୍ଠାନ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ। ଗତ ସେପ୍ଟେମ୍ବର ୨୩ରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ନେରେଡ଼ି ପ୍ରକଳ୍ପ ଅଞ୍ଚଳର ଯୁଗ୍ମ ସର୍ଭେ ପାଇଁ ନିର୍ଦ୍ଦେଶ ଦେବା ସହିତ ଅକ୍ଟୋବର ସୁଦ୍ଧା ଯୁଗ୍ମ ସର୍ଭେ କାର୍ଯ୍ୟ ଶେଷ କରି ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ। ହେଲେ ଓଡ଼ିଶା ଯୁଗ୍ମ ସର୍ଭେ ପାଇଁ ରାଜି ହୋଇନଥିଲା ଏବଂ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା। ଆସନ୍ତାକାଲି ଟ୍ରିବ୍ୟୁନାଲର ଶୁଣାଣିରେ ଆନ୍ଧ୍ରପ୍ରଦେଶ ଯୁଗ୍ମ ସର୍ଭେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଥିବା ବେଳେ ଓଡ଼ିଶା ଓହରି ଯିବାରୁ ଯୁଗ୍ମ ସର୍ଭେ ନିର୍ଦ୍ଦେଶ ପାଳନ କରାଯାଇ ପାରୁ ନଥିଲା ବୋଲି ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇବ।

ସମ୍ବନ୍ଧିତ ଖବର