ଭିଡ଼ିଓ କନ୍‌ଫରେନ୍‌ସିଂରେ ବଂଶଧାରା ଜଳବିବାଦ ଶୁଣାଣି

ନୂଆଦିଲ୍ଲୀ : ଓଡ଼ିଶା-ଆନ୍ଧ୍ରପ୍ରଦେଶ ବଂଶଧାରା ଜଳବିବାଦ ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ପ୍ରଥମଥର ପାଇଁ ଭିଡ଼ିଓ କନ୍‌ଫରେନ୍‌ସିଂରେ ଶୁଣାଣି କରିଛନ୍ତି। ଡଃ ମୁକୁନ୍ଦକମ୍ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ଶୁଣାଣି ପାଇଁ ଆସନ୍ତା ଡିସେମ୍ବର ୨ ଓ ୩ ତାରିଖ ଧାର୍ଯ୍ୟ କରିଛନ୍ତି। ଆଜିର ଶୁଣାଣି ବେଳେ ଉଭୟ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଯୁକ୍ତ ଓକିଲ ବିସ୍ତୃତ ଶୁଣାଣି ପାଇଁ ସହମତି ପ୍ରକାଶ କରିଥିଲେ। ତଦନୁଯାୟୀ, ୨ ଦିନ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ପ୍ରକାଶଥାଉକି, ଆସନ୍ତା ଡିସେମ୍ବର ୧୦ ତାରିଖରେ ବଂଶାଧାରା ଜଳବିବାଦ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ଶେଷ ହେବ। ତା’ପୂର୍ବରୁ ମାମଲାର ଶୁଣାଣି ଶେଷ କରିବା ପାଇଁ ଟ୍ରିବ୍ୟୁନାଲ ତତ୍‌ପରତା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର