ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଶୁଣାଣି : ବୈଷୟିକ କମିଟି ଗଠନ ପାଇଁ ଓଡ଼ିଶା, ଆନ୍ଧ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବଂଶଧାରା ନଦୀ ଜଳବିବାଦ ମାମଲାର ସମାଧାନ ପାଇଁ ଯୁଗ୍ମ ବୈଷୟିକ କମିଟି ଗଠନ କରିବାକୁ ଆଜି ବଂଶଧାରା ନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ଉଭୟ ଆନ୍ଧ୍ର ଓ ଓଡ଼ିଶାକୁ ନିର୍ଦ୍ଦେଶ ଦେଇଛନ୍ତି। ଯୁଗ୍ମ ବୈଷୟିକ କମିଟି କାଟ୍ରାଗଡ଼ା ଓ ନିରାଡ଼ି ବ୍ୟାରେଜ୍‌ ସମ୍ପର୍କିତ ବିବାଦୀୟ ପ୍ରସଙ୍ଗ ଗୁଡ଼ିକର ଆଲୋଚନା କରି ଟ୍ରିବ୍ୟୁନାଲ୍‌କୁ ରିପୋର୍ଟ ଦେବାପାଇଁ କୁହାଯାଇଛି।
ବିଚାରପତି ମୁକୁନ୍ଦକମ୍‌ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ବଂଶଧାରା ନଦୀ ବିବାଦ ଟ୍ରିବ୍ୟୁନାଲ୍‌ରେ ଆଜି ବଂଶଧାରା ଜଳବିବାଦ ମାମଲା ନେଇ ପ୍ରଥମ ପର୍ଯ୍ୟାୟ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ, ଯୁଗ୍ମ ବୈଷୟିକ ଟିମ୍‌ ଚଳିତମାସ ୨୮ରୁ ଆଲୋଚନା ଆରମ୍ଭ କରି ସପ୍ତାହକ ଭିତରେ ରିପୋର୍ଟ ଦାଖଲ କରିବାପାଇଁ ଖଣ୍ଡପୀଠ କହିଥିଲେ। ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ, , ଦୁଇ ରାଜ୍ୟର ବରିଷ୍ଠ ଯନ୍ତ୍ରୀମାନେ କମିଟିରେ ରହିବେ ତଥା ପ୍ରକଳ୍ପ ସମ୍ବନ୍ଧୀୟ ବୈଷୟିକ ବିବାଦୀୟ ପ୍ରସଙ୍ଗ ଉପରେ ସେମାନେ ଆଲୋଚନା କରିବେ। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍‌ ଦ୍ବା‌ରା ‌ସେପ୍ଟେମ୍ବର ୧୩ରେ ଯେଉଁ ରାୟ ଦିଆଯାଇଥିଲା, ସେହି ରାୟର କିଛି ପ୍ରସଙ୍ଗରେ ଓଡ଼ିଶା ଓ ଆନ୍ଧ୍ରଦ୍ବାରା ସ୍ପଷ୍ଟୀକରଣ ଲୋଡ଼ାଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ପଷ୍ଟୀକରଣ ଆବେଦନ ଉପରେ ଆନ୍ଧ୍ରପ୍ରଦେଶ ଜବାବ ଦାଖଲ କରିସାରିଛି।

ଆନ୍ଧ୍ରପ୍ରଦେଶ ସରକାର ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍‌ର ରାୟ ପ୍ରକାଶ ପାଇବାପରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଶେଷ କରିବାପାଇଁ ପ୍ରୟାସ କରୁଥିବା ତଥା ନିୟମ ଉଲ୍ଲଂଘନ କରୁଥିବା ଆଜିର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ଓକିଲ ମୋହନ କାଟାର୍କୀ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଆସନ୍ତା ମାର୍ଚ୍ଚ ୫ ଓ ୬ରେ ଏହି ପ୍ରସଙ୍ଗରେ ପରବତ୍ରର୍ତ୍ତୀ ଶୁଣାଣି କରିବାପାଇଁ ଟ୍ରିବ୍ୟୁନାଲ୍‌ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର