ୟୁପି ସିରିଜ୍ ବିସ୍ଫୋରଣ ଘଟଣା: ଦୋଷୀ ବଲିଉଲ୍ଲାହକୁ ମିଳିଲା ଫାଶୀ ଦଣ୍ଡ

ବାରାଣସୀ: ୧୬ବର୍ଷ ପରେ ଦୋଷୀକୁ ମିଳିଲା ଦଣ୍ଡ। ଉତ୍ତରପ୍ରଦେଶର ବାରାଣସୀରେ ୨୦୦୬‌ରେ ହୋଇଥିବା ସିରିଜ୍ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା ବଲିଉଲ୍ଲାହ। ଦୋଷୀ ସାବ୍ୟସ୍ତ ହେବା ପରେ ସୋମବାର ଗାଜିଆବାଦ କୋର୍ଟ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ଗୋଟିଏ ବିସ୍ଫୋରଣ ମାମଲାରେ ବଲିଉଲ୍ଲାହକୁ ନିର୍ଦ୍ଦୋଶରେ ଖଲାସ କରିଥିବା ସହ ୨ଟି ବିସ୍ଫୋରଣ ମାମଲାରେ ବଲିଉଲ୍ଲାହଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହି ମାମଲାକୁ ନେଇ ଅଭିଯୁକ୍ତ ବଲିଉଲ୍ଲାହ ଶନିବାର ଅପରାହ୍ନରେ ଜିଲ୍ଲା କୋର୍ଟରେ ହାଜର ହୋଇଥିଲା। ଅପରାହ୍ନ ୩.୩୦ ସମୟରେ ଜିଲ୍ଲା ତଥା ସେସନ ଜଜ୍ ଜିତେନ୍ଦ୍ର କୁମାର ସିହ୍ନା ବନାରସର ସଙ୍କଟମୋଚାନ ମନ୍ଦିରରେ ହୋଇଥିବା ବିସ୍ଫୋରଣ ଘଟଣାରେ ବଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ହୋଇଥିଲା।

ସଙ୍କଟମୋଚାନ ମନ୍ଦିରରେ ବିସ୍ଫୋରଣ ଘଟଣାରେ ବଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଦଶାଶ୍ୱମେଧ ଘାଟରେ କୁକର ବୋମା ମିଳିବା ମାମଲାରେ କୋର୍ଟ ବଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହେଲେ ଅନ୍ୟ ଏକ ବିସ୍ଫୋରଣ ମାମଲାରେ ପ୍ରମାଣ ନମିଳିବାରୁ କୋର୍ଟ ବଲିଉଲ୍ଲାହଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ ଜୁନ୍ ୪ରେ ଦୋଷୀ ସାବ୍ୟସ୍ତ କରିବା ପରେ ଜୁନ୍ ୬କୁ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଆଜି ଏହାର ଶୁଣାଣି କରି ଦ‌ୋଷୀକୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି କୋର୍ଟ।ବାରାଣସୀର କୌଣସି ଓକିଲ ବଲିଉଲ୍ଲାହଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ ନଥିଲେ। ଏହା ପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଶୁଣାଣି ପାଇଁ ଏହି ମାମଲା ଗାଜିଆବାଦ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର