ବାରାଣାସୀ : ବାରାଣାସୀ ବା କାଶୀର ପ୍ରସିଦ୍ଧ ବିଶ୍ବନାଥ ମନ୍ଦିର ପରିସରରେ ଥିବା ଜ୍ଞାନବାପି ମସଜିଦ ଖନନ ପାଇଁ ଏକ ସ୍ଥାନୀୟ କୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଅନୁମତି ଦେଇଛନ୍ତି । ଏହି ଖନନ କାର୍ଯ୍ୟର ସମସ୍ତ ଖର୍ଚ୍ଚ ବହନ କରିବାକୁ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଜ୍ଞାନବାପି ମସଜିଦକୁ ହିନ୍ଦୁମାନଙ୍କୁ ଦିଆଯାଉ ବୋଲି ଦାବି କରି ଜଣେ ସ୍ଥାନୀୟ ଓକିଲ ଭି.ଏସ. ରସ୍ତୋଗୀ ବାରାଣାସୀ ଜିଲ୍ଲା କୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ନିଜର ଆବେଦନରେ ସେ ଦର୍ଶାଇଥିଲେ ଯେ ୧୬୬୪ରେ ମୋଗଲ ସମ୍ରାଟ ଆଉରେଙ୍ଗଜେବ ୨୦୦୦ ବର୍ଷ ପୁରୁଣା ଏହି ବିଶ୍ବନାଥ ମନ୍ଦିରର କିଛି ଅଂଶକୁ ଭାଙ୍ଗି ମସଜିଦ ତିଆରି ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ରସ୍ତୋଗୀଙ୍କ ଏହି ପିଟିସନକୁ ଜ୍ଞାନବାପି ମସଜିଦ କମିଟି ବିରୋଧ କରିଥିଲେ ।
ଅଯୋଧ୍ୟା ରାମ ମନ୍ଦିର ପରେ କାଶୀ ବିଶ୍ବନାଥ ମନ୍ଦିରର ଖନନ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯିବା ପରେ ଭବିଷ୍ୟତରେ ଏହାକୁ ନେଇ ଆଉ ଏକ ବିବାଦ ସୃଷ୍ଟିହେବାର ଆଶଙ୍କା ରହିଛି । ଜିଲ୍ଲା କୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ମସଜିଦ କମିଟି ହାଇକୋର୍ଟରେ ଆବେଦନ କରିବାର ସମ୍ଭାବନା ରହିଛି ।