ବାରାଣାସୀ:୨୦୧୯ ଲୋକସଭା ନିର୍ବାଚନା ପୂର୍ବରୁ ଉତ୍ତରପ୍ରଦେଶର ବଲିୟାର ଏକ ଦୁର୍ଗା ମନ୍ଦିରରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭଗବାନ୍ ବୋଲି ମନେ କରି ପୂଜାର୍ଚ୍ଚନା କରୁଛନ୍ତି। ମୋଦୀ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି କାମନା କରି ଗ୍ରାମବାସୀମାନେ ନବରାତ୍ରି ଅବସରରେ ନଅଦିନର ବ୍ରତ ମଧ୍ୟ ରଖିଥିବା ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁଯାୟୀ ବାଂସଡିହରେ ଥିବା ଦୁର୍ଗା ମନ୍ଦିରରେ ଲୋକେ ନରେନ୍ଦ୍ର ମୋଦୀଙ୍କ ଫଟୋ ରଖି ପୂଜା କରୁଛନ୍ତି। ଏଥିପାଇଁ ସକାଳେ ଓ ସନ୍ଧ୍ୟାରେ ଭକ୍ତଙ୍କ ଭିଡ ଜମୁଛି। ବସ୍ତୁତଃ ଏହି ଦୁର୍ଗା ମନ୍ଦିର ଏବେ ମୋଦୀ ମନ୍ଦିରରେ ପରିଣତ ହୋଇଛି। ଏଥିରେ ମହିଳା ଭକ୍ତଙ୍କ ସଂଖ୍ୟା ଅଧିକ ବୋଲି ମଧ୍ୟ ଜଣାଯାଇଛି। ଏହି ଅଞ୍ଚଳର ଲୋକେ ବାଂସଡିହକୁ ମୋଦୀ ନଗର ନାମରେ ନାମିତ କରିବାକୁ ଦାବି କରିଛନ୍ତି।
/sambad/media/post_attachments/wp-content/uploads/2019/04/MODI-MANDIR7-NAVBHARATTIMES.jpg)
ମୋଦୀଙ୍କ ପାଇଁ ଏଠାରେ ବ୍ରତ ରଖିଥିବା ପ୍ରତୁଲ ଓଝା କହିଛନ୍ତି, ‘ନବରାତ୍ରିରେ ଆମେ ସମସ୍ତେ ମାଆ ଦୁର୍ଗାଙ୍କୁ ପ୍ରାର୍ଥନା କରୁଛୁ ଯେ ମୋଦୀଜୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କାରଣ ମୋଦୀ ଗରିବଙ୍କ ପାଇଁ ଭଗବାନଙ୍କଠାରୁ କିଛି କମ୍ ନୁହଁନ୍ତି।’