କାଶୀରେ ୩୦ପ୍ରତିଶତ ଲୋକଙ୍କ ପାଖରେ ପାଣି ସଂଯୋଗ ନ ଥିବା ବେଳେ ମୋଦୀଙ୍କ ସ୍ୱାଗତରେ ସଫେଇ ପାଇଁ ବ୍ୟବହାର କରାଗଲା ୧.୪ଲକ୍ଷ ଲିଟର ପାଣି

ବାରଣାସୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏବେ ସବୁ ଦଳ ନିଜର ପ୍ରଚାର ପ୍ରସାରରେ ଲାଗି ପଡ଼ିଛନ୍ତି । ଏ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବାରଣାସୀ ଯାଇ ରୋଡ୍‌ ସୋ’ କରିଥିବା ଦେଖା ଯାଇଥିଲା । ଗୁରୁବାର ଏକ ବିଶାଳ ରୋଡ୍‌ ସୋ’ କରି ମୋଦୀ ନିଜ ସମର୍ଥକଙ୍କୁ ଭେଟିବା ସହ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦୁଇ ଦିନିଆ ବାରଣାସୀ ଗସ୍ତରେ ଯିବା ସହ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକ ସୂଚାର ରୂପେ ହୋଇଥିବା ସୂଚନ ମିଳିଛି ।

ତେବେ ଏହି ଶୋଭାଯାତ୍ରାର ଆୟୋଜନ ପାଇଁ ୧.୪ଲକ୍ଷ ଲିଟର ପାଣିର ବ୍ୟବହାର କରାଯିବା ଖବରକୁ ନେଇ ଏବେ ବିବାଦ ଆରମ୍ଭ ହୋଇ ଯାଇଛି । କାଶୀରେ ୩୦ପ୍ରତିଶତ ଲୋକଙ୍କୁ ପାଣି ସଂଯୋଗ ମିଳି ପାରୁ ନଥିବା ବେଳେ ଏତେ ସଂଖ୍ୟାକ ପାଣିକୁ ନଷ୍ଟ କରାଯାଇଥିବାର ଜାଣି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Telegraph India

ଜଣେ ଅଧିକାରୀ ଦେଇଥିବା ସୂଚନା ମୁତବକ, ଆମକୁ ସଡ଼କ ସଫା କରିବାକୁ ଆଦେଶ ଦିଆ ଯାଇଥିଲା । ଏହା ପରେ ବାରଣାସୀ ନଗର ନିଗମ ପରିଷଦ ୪୦ଟି ଟ୍ରକ୍‌ ସହ ୪୦୦ମଜୁରିଆଙ୍କୁ ସଡ଼କ ସଫା କରିବାରେ ଲଗାଇ ଦେଇଥିଲା । ଯେଉଁଥିରେ ୧.୪ଲକ୍ଷ ଲିଟର ପାଣିର ବ୍ୟବହାର କରାଯାଇଥିଲା । ବାରଣାସୀ ଏକ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ସ୍ଥଳ ହୋଇଥିଲେ ମଧ୍ୟ ଏଠାରେ କେବଳ ମାତ୍ର ୭୦ପ୍ରତିଶତ ଲୋକ ପାଣିର ସୁବିଧା ପାଇ ପାରୁଛନ୍ତି, ବାକି ୩୦ ପ୍ରତିଶତଙ୍କୁ ପାଣି ମିଳି ପାରୁ ନାହିଁ ।

ସମ୍ବନ୍ଧିତ ଖବର