ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବେବି ଜନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବରୁଣ ଧାୱନ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ନିରନ୍ତର ବ୍ୟସ୍ତ ଅଛନ୍ତି ।
ଫିଲ୍ମ ରିଲିଜ ହେବା ପୂର୍ବରୁ ବରୁଣ ଏକ ମିଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନେକ ମଜାଦାର ପ୍ରଶ୍ନ ପଚାରିଥିଲେ। ଏହି ବାର୍ତ୍ତାଳାପ ସମୟରେ ସର୍ବାଧିକ ଚର୍ଚ୍ଚିତ ପ୍ରଶ୍ନ ଥିଲା ପ୍ରଭୁ ରାମ ଏବଂ ରାବଣଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି।
ଅମିତ ଶାହା ଏହି ପ୍ରଶ୍ନର ଏକ ମଜାଦାର ଉତ୍ତର ଦେଇଛନ୍ତି। ଯାହାକୁ ଶୁଣିବା ବରୁଣ ଅମିତ ଶାହାଙ୍କୁ ସେ ଭୁରିଭୁରି ପ୍ରଶଂସା କରିଥିଲେ। ଭଗବାନ ରାମ ଏବଂ ରାବଣଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି ବରୁଣ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଅମିତ ଶାହା କହିଥିଲେ, 'କିଛି ଲୋକଙ୍କ ପାଇଁ ସେମାନଙ୍କର ଡିୟୁଟି ଧର୍ମ ଦ୍ୱାରା ସ୍ଥିର ହୋଇଥାଏ। କିଛି ଲୋକଙ୍କ ପାଇଁ ଧର୍ମ ନିଜ ସ୍ୱାର୍ଥ ଦ୍ୱାରା ସ୍ଥିର ହୁଏ। ରାମ ଏବଂ ରାବଣ ମଧ୍ୟରେ ଏହା ହେଉଛି ଏକମାତ୍ର ପାର୍ଥକ୍ୟ । ଧର୍ମର ବ୍ୟାଖ୍ୟା ଅନୁଯାୟୀ ରାମ ତାଙ୍କ ଜୀବନ ବଞ୍ଚିଥିଲେ। ରାବଣ ନିଜର ବ୍ୟାଖ୍ୟା ଅନୁଯାୟୀ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ।