ନିର୍ବାଚନୀ ରାଲିରେ ରକ୍ତ ଲାଗିଥିବା କୁର୍ତ୍ତା ପିନ୍ଧି ପହଞ୍ଚିଲେ ବରୁଣ ଗାନ୍ଧୀ, ପରେ ସାମ୍ନାକୁ ଆସିଲା କାରଣ

ପିଲିଭିତ୍‌ : ଲୋକସଭା ନିର୍ବାଚନ ଆରମ୍ଭ ହୋଇ ସାରିଥିବା ବେଳେ ଏବେ ସବୁ ଦଳ ନିଜ ନିଜର ନିର୍ବାଚନୀ ପ୍ରଚାର ଜୋରଦାର କରିବା ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ପିଲିଭିତ୍‌ରେ ଅପ୍ରେଲ ୨୫ରେ ମତଦାନ ହେବାକୁ ଥିବା ବେଳେ ପିଲିଭିତ୍‌ରୁ ବିପେଜି ପ୍ରାର୍ଥୀ ଥିବା ବରୁଣ ଗାନ୍ଧୀ ଏବେ ନିଜର ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ସାଂସଦ ବରୁଣ ଗାନ୍ଧୀ ସୁନଗଢ଼ୀ ଅଞ୍ଚଳରେ ଆୟୋଜିତ କରାଯାଇଥିବା ଏକ ରାଲିରେ ରକ୍ତ ଲାଗିଥିବା କୁର୍ତ୍ତା ପିନ୍ଧି ପହଞ୍ଚିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ କୁର୍ତ୍ତାରେ ରକ୍ତ କେମିତି ଲାଗିଲା, ସେ ନେଇ ସଭାରେ ଉପସ୍ଥିତ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

Hindustan Times

ସୂଚନା ମୁତାବକ, ସୁନଗଢ଼ୀରେ ଆୟୋଜିତ କରାଯାଇଥିବା ରାଲିର ପୂର୍ବ ଦିନ ଜଣେ କୃଷକ ନିଜ ଚାଷ ଜମିରେ କାମ କରୁଥିବା ବେଳେ ତାଙ୍କୁ ଏକ ବାଘ ଆକ୍ରମଣ କରିଥିଲା । ଯେଉଁ ଆକ୍ରମଣରେ କୃଷକଙ୍କ ଦେହାନ୍ତ ହୋଇ ଯାଇଥିଲା । ପର ଦିନ ବରୁଣ ଗାନ୍ଧୀ ରାଲିରେ ଯୋଗ ଦେବାକୁ ଆସୁଥିବା ବେଳେ କୃଷକଙ୍କୁ ଅନ୍ତିମ ସଂସ୍କାର ପାଇଁ ନିଆ ଯାଉଥିବା ଦେଖି ଗାଡ଼ିରୁ ଓହ୍ଲାଇ ଶବକୁ କାନ୍ଧ ଦେଇଥିଲେ । ଏହି ସମୟରେ କୃଷକଙ୍କ ଶରୀରରେ ଲାଗିଥିବା ରକ୍ତ ବରୁଣ ଗାନ୍ଧୀ ପିନ୍ଧିଥିବା କୁର୍ତ୍ତାରେ ଲାଗି ଯାଇଥିଲା । ରାଲିକୁ ଯିବା ପାଇଁ ବିଳମ୍ବ ହେଉଥିବାରୁ ସେ କୁର୍ତ୍ତା ନ ବଦଳାଇ ସିଧା ରାଲିକୁ ଚାଲି ଯାଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର