ଜଲଓ୍ଵାର(ରାଜସ୍ଥ୍ାନ): ରାଜସ୍ଥାନର କାମଚଳା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଆଜି ଶରଦ ଯାଦବଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଶରଦ ଯାଦବଙ୍କ ବକ୍ତବ୍ୟ ଅଶାଳୀନ ଓ ଆପତ୍ତିଜନକ। ଏହା ସମସ୍ତ ମହିଳାମାନଙ୍କ ପ୍ରତି ଅପମାନ ବୋଲି ବସୁନ୍ଧରା ରାଜେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଶରଦ ଯାଦବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଆକ୍ଷେପ କରି କହିଥିଲେ ଯେ ‘ ବସନ୍ଧରାକୁ ଆରାମ ଦିଅ, ସେ ବହୁତ ଥକି ଗଲେଣି। ବସୁନ୍ଧରା ରାଜେଙ୍କ ସ୍ୱାସ୍ଥ୍ୟକୁ ନେଇ ଶରଦ ଯାଦବଙ୍କ ଏପରି ଟିପ୍ପଣୀକୁ ବିଜେପି ପକ୍ଷରୁ ସଙ୍ଗେ ସଙ୍ଗେ ବିରୋଧ କରାଯାଇଥିଲା। ତେବେ ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେଇ ସାରିବା ପରେ ବସୁନ୍ଧରା ରାଜେ ଗଣମାଧ୍ୟମକୁ କହିଛନ୍ତି ଶରଦ ଯାଦବଙ୍କ ମନ୍ତବ୍ୟ ସମସ୍ତ ମହିଳାମାନଙ୍କ ପାଇଁ ଅପମାନ। ସେ ନିଜକୁ ଏଥିପାଇଁ ଖୁବ ଦୁଃଖିତ ଓ ଅପମାନିତ ମନେ କରୁଛନ୍ତି। ବସୁନ୍ଧରା ରାଜେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଯୁବ ଗୋଷ୍ଠୀମାନଙ୍କ ପାଇଁ ଖରାପ ବାର୍ତ୍ତା ଦେଉଛି। କଂଗ୍ରେସ ଦଳ ଓ ତାଙ୍କ ସହଯୋଗୀମାନେ କଣ ମହିଳାମାନଙ୍କୁ ନେଇ ଏପରି ବାର୍ତ୍ତା ଯୁବଗୋଷ୍ଠୀଙ୍କୁ ଦେବା ପାଇଁ ଚାହୁଁଛନ୍ତି ବୋଲି ବସୁନ୍ଧରା ରାଜେ ପ୍ରଶ୍ନ କରିବା ସହିତ ଏପରି ମନ୍ତବ୍ୟରୁ କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳର ନେତା ମାନେ ବିରତ ରହିବା ଉଚିତ ବୋଲିି କହିଛନ୍ତି।
ଶରଦ ଯାଦବଙ୍କ ଟିପ୍ପଣୀକୁ ସମାଲୋଚନା କଲେ ବସୁନ୍ଧରା ରାଜେ, କହିଲେଏହା ମହିଳାମାନଙ୍କ ପ୍ରତି ଅପମାନ
/sambad/media/post_attachments/wp-content/uploads/2018/12/basundhara-raje.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)