ଦୁର୍ବଳ ହେଉଛି ସାମୁଦ୍ରିକ ଝଡ଼ ବାୟୁ, ଆସନ୍ତା କାଲି ସ୍ଥଳଭାଗ ଛୁଇଁବ

ନୂଆଦିଲ୍ଲୀ : ସାମୁଦ୍ରିକ ବାତ୍ୟା ବାୟୁ ପୁଣି ଥରେ ଗୁଜରାଟ ଆଡକୁ ମୁହାଁଇଛି । କିନ୍ତୁ ଏଥର ଏହା ଦୁର୍ବଳ ହୋଇଯାଇଛି । ଏହା ଆସନ୍ତା କାଲି ଅର୍ଥାତ ସୋମବାର ଦିନ ମଧ୍ୟରାତ୍ରୀ ସୁଦ୍ଧା ଏହା ଗୁଜୁରାଟ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ତେବେ ଉପକୂଳ ଛୁଇଁବା ବେଳକୁ ଏହା ଦୁର୍ବଳ ହୋଇ କେବଳ ଏକ ଡିପ୍ରେସନରେ ପରିଣତ ହୋଇଯିବ ।

ଅପରାହ୍ଣ ୪ଟା ସୁଦ୍ଧା ଏହା ପୋରବନ୍ଦରଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଦିଗରେ ୪୯୦ କିଲୋମିଟର ଓ ଦ୍ୱାରକାଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଦିଗରେ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଥିଲା । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ସାଇକ୍ଲୋନିକ ଷ୍ଟୋର୍ମ ଓ ପରବର୍ତ୍ତି ୧୨ ଘଣ୍ଟାରେ ଏକ ଡିପ ଡିପ୍ରେସନରେ ପରିଣତ ହୋଇ ସ୍ଥଳଭାଗ ପ୍ରବେଶ କରିବ । ଆସନ୍ତା କାଲି ସ୍ଥଳଭାଗ ଛୁଇଁବାବେଳକୁ ପବନର ବେଗ ଘଣ୍ଟାପ୍ରତି ୫୫ କିମିକୁ ହ୍ରାସ ପାଇବ । ତେବେ ଏହା ପ୍ରଭାବରେ ଗୁଜୁରାଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ସମ୍ବନ୍ଧିତ ଖବର