ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗଦୀପ ଧନଖର ଅଚାନକ ଇସ୍ତଫାକୁ ନେଇ ଦିଲ୍ଲୀରେ ରାଜନୈତିକ ପାଣିପାଗ ସରଗରମ ହୋଇଯାଇଛି । ସଂସଦର ଅଧିବେଶନ ଚାଲିଥିବା ସମୟରେ ହିଁ ଉପରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ଏଣୁ ପରବର୍ତ୍ତି ଉପରାଷ୍ଟ୍ରପତି ଚୟନ ଲାଗି ନିର୍ବାଚନ ହେବା ପର୍ଯ୍ୟନ୍ତ ରାଜ୍ୟସଭାର ଉପସଭାପତି ହରିବଂଶ ନାରାୟଣ ସିଂ ଗୃହରେ ଅଧ୍ୟକ୍ଷତା କରିବେ । ନୂଆ ଉପରାଷ୍ଟ୍ରପତି ସଂପୂର୍ଣ୍ଣ ୫ ବର୍ଷ କାର୍ଯ୍ୟକାଳ ପାଇଁ ଚୟନ କରାଯିବ ।
ସ୍ବାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଉପରାଷ୍ଟ୍ରପତି ନିଜ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି । ଧନଖରଙ୍କ କାର୍ଯ୍ୟକାଳ ୨୦୨୭ ପର୍ଯ୍ୟନ୍ତ ଥିଲା । ପୂର୍ବରୁ ୨୭, ଜୁଲାଇ ୨୦୦୨ରେ ଉପ-ରାଷ୍ଟ୍ରପତି ପଦରେ ଥିବାବେଳେ କୃଷ୍ଣକାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ନିର୍ବାଚନ ହୋଇ ଭୈରୋଁ ସିଂ ଶେଖାଓ୍ବତଙ୍କୁ ଉପରାଷ୍ଟ୍ରପତି ଚୟନ କରାଯାଇଥିଲା ।
ତେବେ ପରବର୍ତ୍ତି ଉପରାଷ୍ଟ୍ରପତି କିଏ ହେବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ବିଜେପି କାହାକୁ ଏହି ପଦ ପାଇଁ ବାଛିବ ତାହା ଉପରେ ସମସ୍ତଙ୍କ ଆଖି ରହିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/azeQN42MtonqlfFBNrxq.jpg)