ନୂଆଦିଲ୍ଲୀ : ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ନେଟ୍ ଜିରୋକୁ ତ୍ବରାନ୍ବିତ କରିବା ଲାଗି ୨୦୨୨ ବର୍ଷ ପାଇଁ ସ୍ଥାୟୀ ବିକାଶ ରିପୋର୍ଟକୁ ଉନ୍ମୋଚନ କରାଯାଇଛି। ଅର୍ଥନୈତିକ କାର୍ଯ୍ୟଦକ୍ଷତା, ଯୋଗାଣ ଶୃଙ୍ଖଳା ପରିଚାଳନା, ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ପରିଚାଳନା, ବାୟୁ ଗୁଣବତା ଓ ନିର୍ଗମନ ନିୟନ୍ତ୍ରଣ, ଜଳ ପରିଚାଳନା, ଜୈବ ବିବିଧତା ପରିଚାଳନା ନିରାପତ୍ତା, ସ୍ବାସ୍ଥ୍ୟ ଓ କଲ୍ୟାଣ ଆଦିକୁ ଏଥିରେ ସାମିଲ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଉପରେ କଂପାନି ପକ୍ଷରୁ ପ୍ରଥମ ରିପୋର୍ଟ ରୋଡ୍ ଟୁ ନେଟ୍ ଜିରୋ କାର୍ବନକୁ ଉନ୍ମୋଚନ କରାଯାଇଛି। ଏହା ଜରିଆରେ କଂପାନି ଏହାର ହିତାଧିକାରାରୀମାନଙ୍କୁ ବ୍ୟବସାୟ ସମ୍ବନ୍ଧୀୟ ସୁଯୋଗ, ଜଳବାୟୁ ପରିଚାଳନା ରଣନୀତି, ପ୍ରତିବଦ୍ଧତା ଏବଂ କାର୍ଯ୍ୟଦକ୍ଷତା ବିଷୟରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ବେଦାନ୍ତର ଆଲୁମିନିୟମ ବ୍ୟବସାୟ ସିଇଓ ରାହୁଲ ଶର୍ମା କହିଛନ୍ତି ଯେ ଦୁଇଟି ରିପୋର୍ଟକୁ ଉନ୍ମୋଚନ କରି ଆମେ ଆନନ୍ଦିତ। ଏକ ନେଟ୍ ଜିରୋ ଜଳବାୟୁ ସ୍ଥିର ଆଲୁମିନିୟମ ବ୍ୟବସାୟ ଲାଗି ଆମେ ପ୍ରତିବଦ୍ଧ ରହିଛୁ। ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଲାଗି ଆମେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି।