ନୂଆଦିଲ୍ଲୀ: ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ବର୍ତ୍ତମାନ ତାଙ୍କ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ତାଙ୍କ ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କ ଆକସ୍ମିକ ମୃତ୍ୟୁ ତାଙ୍କୁ ଭାଙ୍ଗି ଦେଇଛି। ଏହି ଗଭୀର ଦୁଃଖ ମଧ୍ୟରେ, ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ପୁନର୍ବାର ଦୋହରାଇଛନ୍ତି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅନିଲ ଅଗ୍ରୱାଲ ଘୋଷଣା କରିଛନ୍ତି ଯେ, ସେ ତାଙ୍କ ରୋଜଗାରର ୭୫% ରୁ ଅଧିକ ଭାଗ ସାମାଜିକ କାର୍ଯ୍ୟ ପାଇଁ ଦାନ କରିବେ ଏବଂ ଆଗକୁ ଏକ ସରଳ ଜୀବନଯାପନ କରିବେ।
ତାଙ୍କ ପୁଅକୁ ଦେଇଥିଲେ ପ୍ରତିଶ୍ରୁତି
ଅନିଲ ଅଗ୍ରୱାଲ ତାଙ୍କ ଭାବପ୍ରବଣ ଭରା ପୋଷ୍ଟରେ ଲେଖିଛନ୍ତି ଯେ, ସେ ତାଙ୍କ ପୁଅ ଅଗ୍ନିବେଶଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ। ଯାହା ରୋଜଗାର କରିବେ ତାହାର ଏକ ବଡ଼ ଅଂଶ ସମାଜକୁ ଦାନ କରିବେ ବୋଲି ସେ ପୁଅକୁ କଥା ଦେଇଥିବା ବେଳେ ପୁଅ ଯିବା ପରେ ବି ସେ ନିଜ କଥା ରଖିବେ ବୋଲି କହିଛନ୍ତି।
ଅନିଲ ଅଗ୍ରୱାଲ କିଏ?
ଅନିଲ ଅଗ୍ରୱାଲ ବେଦାନ୍ତ ରିସୋର୍ସର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ। ସେ ୧୯୭୬ ମସିହାରେ ବେଦାନ୍ତ ଗ୍ରୁପ୍ ଆରମ୍ଭ କରିଥିଲେ। ଆଜି ବେଦାନ୍ତ ଧାତୁ, ଖଣି, ଶକ୍ତି ଏବଂ ତେଲ ଭଳି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟ କରେ। ଅନିଲ ଅଗ୍ରୱାଲ ଅନେକ ସଂଘର୍ଷ କରି ଆଜି ସଫଳ ହୋଇଛନ୍ତି। ଏତେ ବାଟ ଆସିବା ପରେ ଅଧା ବାଟରେ ପୁଅ ଛାଡ଼ି ଚାଲିଯିବା ତାଙ୍କୁ ଖୁବ ଆଘାତ ଦେଇଛି। ବୃଦ୍ଧା ଅବସ୍ଥାରେ ଏଭଳି ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ଅନିଲ। ୧୯୫୪ ମସିହାରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିବା ଅନିଲ ଅଗ୍ରୱାଲ ତାଙ୍କ ପିତାଙ୍କ ସହିତ ବହୁତ କମ୍ ବୟସରେ ଏକ ସ୍କ୍ରାପ୍ ଡିଲର ଭାବରେ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ୧୯ ବର୍ଷ ବୟସରେ ମୁମ୍ବାଇ ଆସିଥିଲେ। ତାଙ୍କ ପାଖରେ ବହୁତ କମ୍ ଟଙ୍କା ଥିଲା, କିନ୍ତୁ ତାଙ୍କର ସଂକଳ୍ପ ଦୃଢ଼ ଥିଲା। ସେ ଅନେକ ବ୍ୟବସାୟରେ କ୍ଷତି ସହିଥିଲେ ବି ହାରିନଥିଲେ। ଏହି ସଂଘର୍ଷ, ପରେ ବେଦାନ୍ତ ଗ୍ରୁପ୍ ଗଠନର କାରଣ ହୋଇଥିଲା।
ଅନିଲ ଅଗ୍ରୱାଲଙ୍କ ପରିବାରରେ ଏବେ କିଏ ଅଛନ୍ତି?
ଅନିଲ ଅଗ୍ରୱାଲଙ୍କ ପତ୍ନୀ କିରଣ ଅଗ୍ରୱାଲ ସବୁବେଳେ ଲାଇମଲାଇଟ୍ରୁ ଦୂରରେ ରହିଆସିଛନ୍ତି, କିନ୍ତୁ ପ୍ରତ୍ୟେକ ନିଷ୍ପତ୍ତିରେ ତାଙ୍କ ସହିତ ଠିଆ ହୋଇଥାନ୍ତି। ଝିଅ ପ୍ରିୟା ଅଗ୍ରୱାଲ ଏବେ ପରିବାର ଏବଂ ବ୍ୟବସାୟ ପାଇଁ ବଡ଼ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ହିନ୍ଦୁସ୍ତାନ ଜିଙ୍କ୍ର ଅଧ୍ୟକ୍ଷ ଏବଂ ଗ୍ରୁପର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତଦାରଖ କରନ୍ତି। ଅନିଲ ଅଗ୍ରୱାଲଙ୍କ ଭାଇ ନବୀନ ଅଗ୍ରୱାଲ ମଧ୍ୟ ଗ୍ରୁପର ଉପାଧ୍ୟକ୍ଷ ଅଛନ୍ତି। ଅନିଲ ଅଗ୍ରୱାଲ ଏବେ ୩୫,୦୦୦କୋଟିର ମାଲିକ। ହେଲେ ପୁଅ ଯିବା ପରେ ଏବେ ସବୁ ମୂଲ୍ୟହୀନ ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2026/01/08/vedanta-2026-01-08-13-55-07.jpg)