‘ନାଟୁ ନାଟୁ’ ଗୀତରେ ନାଚିଲେ ବେଦାନ୍ତ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ଜିତିଥିବା ନାଟୁ ନାଟୁ ଗୀତର ତାଳେ ତାଳେ ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ୍ ନାଚିଛନ୍ତି। ଏକ କାର୍ଯ୍ୟକ୍ରମରେ ସେ ଆର୍‌ଆର୍‌ଆର୍‌ ସିନେମାର ନାୟମ ରାମ୍ ଚରଣଙ୍କୁ ସାକ୍ଷାତ କରି ତାଙ୍କ ସହ ଆଲୋଚନା କରିଥିଲେ। ନିଜ ଖୁସି ଜାହିର କରି ଶ୍ରୀ ଅଗ୍ରୱାଲ ଜଣାଇଛନ୍ତି ଯେ ନାଟୁ ନାଟୁ ଏକ ଚମତ୍କାର ‌ଗୀତ ହୋଇଥିବା ବେଳେ ଏକ ଆବେଗ ମଧ୍ୟ ଯାହା ସାରା ଦୁନିଆକୁ ଭାରତର ଗୀତ ଓ ସଙ୍ଗୀତ ସହ ଯୋଡ଼ିପାରିଛି।

ରାମ ଚରଣଙ୍କୁ ଭେଟି ବହୁତ ଖୁସି ଲାଗିଲା। ମୋ ନାଚରେ କିଭଳି ଅଗ୍ରଗତି ହୋଇଛି ତାହା ମୁଁ ତାଙ୍କୁ ଦେଖାଇଛି ବୋଲି ଅଗ୍ରୱାଲ୍ ଟ୍ବିଟ୍ କରିଛନ୍ତି। ଏହା ପୂର୍ବରୁ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ନାଟୁ ନାଟୁ ଗୀତର ନାଚିବାକୁ ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର