ନୂଆଦିଲ୍ଲୀ : ଶିଳ୍ପପତି ଅନିଲ ଅଗ୍ରୱାଲ୍ଙ୍କ ନେତୃତ୍ବାଧୀନ ବେଦାନ୍ତ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ୍କୁ ୧୦୦ ନିୟୁତ ଡଲାର ପରିଶୋଧ କରି ଏହାର ବନ୍ଧକ ସେୟାରକୁ ମୁକୁଳାଇଛି। ଏହି ଋଣ ପାଇବା ଲାଗି ଟ୍ବିନ୍ ଷ୍ଟାର୍ ହୋଲ୍ଡିଂ ଲିମିଟେଡ୍, ବେଦାନ୍ତ ରିସୋର୍ସେସ୍ ଲିମିଟେଡ୍ ଓ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ (ସିଙ୍ଗାପୁର) ମଧ୍ୟରେ ବୁଝାମଣା ହୋଇଥିଲା। ନିବେଶକମାନଙ୍କୁ ଭରସା ଦେବା ଲାଗି ନିକଟରେ ବେଦାନ୍ତ ପକ୍ଷରୁ କୁହାଯାଇଛି ଯେ ଏହାର ଋଣ ନିୟନ୍ତ୍ରଣ ସ୍ତରରେ ରହିଛି। କଂପାନି ଏହାର ଋଣକୁ ଉଚିତ ସମୟରେ ପରିଶୋଧ କରିବାର କ୍ଷମତା ରଖିଛି। ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଯେଉଁ ସବୁ ଋଣ ଶୁଝିବାର ଥିଲା ତାହାକୁ କଂପାନି ଶୁଝିସାରିଛି। ୨୦୨୩ ଜୁନ୍ ସୁଦ୍ଧା ଶେଷ ତ୍ରୈମାସିକ ପର୍ଯ୍ୟନ୍ତର ନଗଦ ଆବଶ୍ୟକତାକୁ ପୂରଣ କରାଯାଇପାରିବ ବୋଲି କଂପାନିର ବିଶ୍ବାସ ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp