ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତୀୟ ସେନାକୁ ଥଟ୍ଟା କରି ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ କହିଲେ ଯାହା ଶେଷ କରି ପାରିବ ନାହିଁ ତାକୁ ଆରମ୍ଭ କର ନାହିଁ…

ନୂଆଦିଲ୍ଲୀ : ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବା ପରେ ୪୦ ଜଣ ଭାରତୀୟ ଯବାନ ସହିଦ୍‌ ହୋଇଥିଲେ । ଏହା ପରେ ପାକିସ୍ତାନର ମୂଳପୋଛ ପାଇଁ ଭାରତବାସୀ ଦାବି କରିଥିବା ବେଳେ ପାକିସ୍ତାନୀ କଳାକାରମାନଙ୍କୁ ମଧ୍ୟ ଭାରତରେ ପ୍ରବେଶ ନ କରାଇ ଦେବା ପାଇଁ ଦାବି କରିଥିଲେ । ପରିସ୍ଥିତିକୁ ଆଖି ଆଗରେ ରଖି ବଲିଉଡ୍‌ରେ ପାକିସ୍ତାନୀ କଳାକାରମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବା ସହ କୌଣସି ବଲିଉଡ୍‌ ଫିଲ୍ମ ପାକିସ୍ତାନରେ ରିଲିଜ୍‌ ହେବ ନାହିଁ ବୋଲି ନିଷ୍ପତ୍ତି ନିଆ ଯାଇଥିଲା । ପୁଲଓ୍ଵାମା ଆକ୍ରମଣର ୧୨ଦିନ ପରେ ଗତକାଲି ବାଲାକୋଟରେ ଭାରତୀୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ୍‌-୨କରି ୩୦୦ଆତଙ୍କବାଦୀଙ୍କୁ ନିହତ କରିଥିଲା। ସାରା ଦେଶ ଖୁସି ମନାଉଥିବା ବେଳେ ପାକିସ୍ତାନ ଏହାକୁ ହଜମ କରି ପାରୁ ନ ଥିବା ଦେଖାଯାଇଛି । କୌଣସି ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିବା ନେଇ ପାକିସ୍ତାନ ମାନୁ ନ ଥିବା ବେଳେ ଜଣେ ପାକିସ୍ତାନୀ ଅଭିନେତ୍ରୀ କରିଥିବା କାମକୁ ନେଇ ଲୋକେ ତାଙ୍କୁ ଥଟ୍ଟା କରିବାରେ ଲାଗିଛନ୍ତି ।

ଅଭିନେତ୍ରୀ ବୀଣା ମଲ୍ଲିକ ନିଜ ଟୁଇଟର ଆକାଉଣ୍ଟରେ ଟୁଇଟ୍‌ ପରେ ଟୁଇଟ୍‌ କରି ବଲିଉଡ୍‌ କଳାକାରଙ୍କୁ ଜବାବ ଦେଇଛନ୍ତି । ଗତକାଲି ସର୍ଜିକାଲ ଷ୍ଟ୍ରାଇକ୍‌-୨ ସଫଳ ହେବା ପରେ ବଲିଉଡ୍‌ କଳାକାର ଭାରତୀୟ ବାୟୁସେନାକୁ ପ୍ରଶଂସା କରି ଟୁଇଟ୍‌ କରିଥିଲେ ।

ସେ ସବୁ ଟୁଇଟ୍‌ରେ ନିଜ ପ୍ରତିକ୍ରିୟା ରଖି ବୀଣା ଗୋଟେ ପରେ ଗୋଟେ ରି-ଟୁଇଟ୍‌ କରିଥିବା ଦେଖା ଯାଇଛି ।

ସେ ସବୁ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତୀୟ ସେନାକୁ ଉପହାସ କରି ଯାହା ଲେଖିଛନ୍ତି, ତାହା ଭାରତବାସୀଙ୍କ ରକ୍ତକୁ ପୁଣି ଗରମ କରିଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତୀୟ ବାୟୁସେନାକୁ ଟ୍ୟାଗ୍‌ କରି, ଯାହାକୁ ଶେଷ କରି ପାରିବ ନାହିଁ, ତାକୁ ଆରମ୍ଭ କର ନାହିଁ ବୋଲି ଲେଖି ଟୁଇଟ୍‌ କରିଛନ୍ତି ବୀଣା ।

ଭାରତ କେବଳ ଗଛ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ କେହି ମୃତାହାତ ହୋଇନଥିବା କଥା ପାକିସ୍ତାନ ମାନୁ ନ ଥିବା ବେଳେ, ମୋ ନାଁ ହେଉଛି ଗଛ, କିନ୍ତୁ ମୁଁ ଆତଙ୍କବାଦୀ ନୁହେଁ ବୋଲି ଲେଖିଛନ୍ତି ବୀଣା । ତାଙ୍କର ଏଭଳି ବିବାଦୀୟ ଟୁଇଟ୍‌ ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର