ଜାଣନ୍ତୁ କିଭଳି ଆମାଜନ ଆଉ ପ୍ଲିପକାର୍ଟରୁ ଜିନିଷ ଅର୍ଡର କରି ୩୬ଲକ୍ଷ ଟଙ୍କା ଠକିଥଲା ଏହି କମ୍ପ୍ୟୁଟର ମେକାନିକ

ନୂଆଦିଲ୍ଲୀ: ଆପଣ ପ୍ରତିଦିନ ଅନେକ ଠକଙ୍କ କଳା କାରନାମାର କାହାଣୀ ଶୁଣୁଥିବେ ଆଉ ଦେଖୁଥିବେ । ଲୋକଙ୍କୁ ଚୂନ ଲଗାଇ ଠକମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିବା ଘଟଣା ଏବେ ଚିନ୍ତାର କାରଣ ପାଲଟିଛି। ହେଲେ ଦେଶର ଦୁଇଟି ବଡ଼ ଇ-କର୍ମସ କମ୍ପାନି ଫ୍ଲିପକାର୍ଟ ଆଉ ଆମାଜନ ଦିନେ ଏମିତି ଜଣେ ଠକର ସାମ୍ନା କରିଥିଲା ବୋଲି ଆଜି ବି ଅନେକ ଲୋକଙ୍କୁ ଅଜଣା । ଜଣେ ସାମାନ୍ୟ କମ୍ପ୍ୟୁଟର ମେକାନିକ ଦେଶର ଏହି ଦୁଇଟି ବଡ଼ ଇ-କର୍ମସ କମ୍ପାନିକୁ ୩୬ ଲକ୍ଷ ଟଙ୍କାର ଚୂନ ଲଗାଇଥିଲା ।

ବୀରା ରେଡ୍ଡି ହେଉଛି ସେଇ ନାଁ, ଯିଏ ଆମାଜନ ଆଉ ଫ୍ଲିପକାର୍ଟକୁ ଭୂଆଁ ବୁଲାଇ ତାଙ୍କୁ ଠକିବାରେ ସଫଳ ହୋଇଥିଲା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ପାଖାପାଖି ୩୬ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଠକେଇ କରିଥିଲା ଏହି ଠକ । ନିଜ ଚାଲାକି ପଣକୁ ଦେଖାଇ ଏହି ଯୁବକ ଦୁଇ କମ୍ପାନିର ଦୁର୍ବଳତା ବାହାର କରିଥିଲା ଆଉ ତାଙ୍କୁ ଠକିବାରେ ଲାଗିପଡ଼ିଥିଲା ।

ବୀରା ରେଡ୍ଡି ହାଇଦ୍ରାବାଦର ଜଣେ ୨୫ ବର୍ଷୀୟ ଯୁବକ । ଯିଏକି ବୃତିରେ ଜଣେ ସାମାନ୍ୟ କମ୍ପ୍ୟୁଟର ମେକାନିକ ଥିଲା । ହେଲେ ସେ ତା’ର ବୁଦ୍ଧି ଲଗାଇ ଆରମ୍ଭ କରିଥିଲା ଏକ ବଡ଼ ଚାଲ୍ । ବୀରା ରେଡି ଫ୍ଲିପକାର୍ଟ କମ୍ପାନିରୁ ଅନେକ ବିଦ୍ୟୁତ ଉପକରଣ ଅର୍ଡର କରିଥିଲା । ଆଉ ଅର୍ଡର ପାଇବା ପରେ ତା ଭିତରୁ ଅନେକ ମୂଲ୍ୟବାନ ଜିନିଷ କାଢି ତାକୁ ବିକ୍ରି କରିଦେଉଥିଲା । ପରେ ଫ୍ଲିପକାର୍ଟର ରିଟର୍ଣ୍ଣ ପଲିସି ଜରିଆରେ ସେ ଜିନିଷରେ ଖରାପ ଥିବା ଦେଖାଇ ଏହାକୁ ପୁଣି କମ୍ପାନିକୁ ରିଟର୍ଣ୍ଣ କରିଦେଉଥିଲା । ଯେଉଁଥିରେ ସେ ମାଲାମାଲ୍ ହେବା ସହିତ କମ୍ପାନିକୁ ଚୂନ ଲଗାଉଥିଲା । ପାଖାପାଖି ସେ ୧୨୦ଟି ସିମକୁ ବ୍ୟବହାର କରି ଜିନିଷ ଅର୍ଡର କରୁଥିଲା । ଆଉ ପ୍ରତିଥର ଭୁଲ ଠିକଣା ଦେଇ ଅର୍ଡର ପିକଅପ୍ କରୁଥିଲା । ତେଣୁ କମ୍ପାନି ବୀରା ରେଡ୍ଡିର ଏହି ଠକାମିକୁ ଧରି ପାରୁନଥିଲା ।

Is cybercrime the greatest threat to every company in the world? | CSO Online
CSO Online

ଫ୍ଲିପକାର୍ଟକୁ ପାଖାପାଖି ୨୦ ଲକ୍ଷ ଟଙ୍କାର ଚୂନ ଲଗାଇବା ପରେ ବୀରା ରେଡ୍ଡି ଆମାଜନ ଆଡ଼କୁ ନଜର ପକାଇଥିଲା । ଫ୍ଲିପକାର୍ଟକୁ ଠକିବା ଭଳି ଠିକ୍ ସେହି ଉପାୟରେ ସେ ଆମାଜନରୁ ଜିନିଷ ଅର୍ଡର କରିଥିଲା ଆଉ ତା ଭିତରୁ ବିଭିନ୍ନ ଯନ୍ତ୍ରକୁ କାଢି ତାକୁ ପୁଣି ରିଟର୍ଣ୍ଣ କରିଦେଉଥିଲା । ଏହିଭଳି ଭାବେ ସେ ଆମାଜନରୁୁ ପାଖାପାଖି ୧୬ ଲକ୍ଷରୁ ଅଧିକ ଟଙ୍କାର ଠକେଇ କରିଥିଲା ।

ଏ ଭିତରେ ଫ୍ଲିପକାର୍ଟ କମ୍ପାନି ତାର ବିଭିନ୍ନ ରିଟର୍ଣ୍ଣର କାରଣ ଖୋଜି ପାଇବା ପାଇଁ ଏକ ଡାଟାବେସ ପ୍ରସ୍ତୁତ କରିସାରିଥିଲା । ଯେଉଁଥିରେ କମ୍ପାନିକୁ କିଛି ଗଡ଼ବଡ଼ ଥିଲାଭଳି ଲାଗିଥିଲା । ଏହା ପଛର ଗୁମର ଖୋଜିବା ପାଇଁ ଫ୍ଲିପକାର୍ଟ ଏକ ସ୍ପେଶାଲ ଟିମ୍ ଗଠନ କରିବା ସହିତ ପୁଲିସକୁ ବି ଏହାର ସୂଚନା ଦେଇଥିଲା । ଆଉ ତା’ ପରେ ସମସ୍ତଙ୍କ ସାମ୍ନାକୁ ଆସିଥିଲା ବୀରା ରେଡ୍ଡିର ଏହି ଠକାମି । ପୁଲିସ ତାକୁ ଏହି ଘଟଣାରେ ଗିରଫ କରିବା ସହିତ ତା ପାଖରୁ ସେହି ୧୨୦ଟି ସିମକୁ ଜବତ କରିଥିଲା । ଆଉ ସେତେବେଳେ ପୁଲିସ ତା’ ପାଖରୁ ପାଖାପାଖି ୪୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା, ଯାହାକୁ ସେ ବିଭିନ୍ନ କମ୍ପାନିକୁ ଚୂନ ଲଗାଇ ରୋଜଗାର କରିଥିଲା ।

ବୀରା ରେଡ୍ଡି କେବଳ ଏକା ନୁହେଁ, ତା’ର ପୂରା ପରିବାର ଏହି ଠକାମି କାମରେ ଲାଗିପଡ଼ିଥିଲା । ହେଲେ ପୁଲିସ କେବଳ ଏହି ଘଟଣାରେ ବୀରା ରେଡ୍ଡିକୁ ହିଁ ଗିରଫ କରିପାରିଥିଲା । ଏବେ ବି ତା’ ପରିବାର ଏହି ଘଟଣାରେ ଫେରାର୍ ଥିବାବେଳେ ପୁଲିସ ତାଙ୍କୁ ଧରିବାରେ ସଫଳ ହୋଇପାରିନାହିଁ ।

ସମ୍ବନ୍ଧିତ ଖବର