ଗଛରୁ ତିଆରି ଅଣ୍ଡା: ଏଣିକି ଶାକାହାରୀ ବି ଖାଇପାରିବେ ଆମଲେଟ

ଆପଣ କେବେ ଭାବିଛନ୍ତି କି ଅଣ୍ଡା ଭଳି ସ୍ୱାଦ ଆଉ କେଉଁ ଖାଦ୍ୟରୁ ମଧ୍ୟ ମିଳିପାରିବ ? ଆପଣ କହିବେ ଏହା କିପରି ସମ୍ଭବ ? ତେବେ ଏହାକୁ ସମ୍ଭବ କରି ଦେଖାଇଛନ୍ତି ମୁମ୍ବାଇର ଏକ ଷ୍ଟାର୍ଟଅପ କମ୍ପାନୀ | ମୁମ୍ବାଇର ଇଭୋ ଫୁଡ଼ସ ନାମକ ଷ୍ଟାର୍ଟଅପକୁ ୨୦୧୯ ମସିହାରେ କାର୍ତ୍ତିକ ଦୀକ୍ଷିତ ଓ ଶ୍ରଦ୍ଧା ଭନସାଲି ଆରମ୍ଭ କରିଥିଲେ | ପାଖାପାଖି ବର୍ଷେ ଧରି ଦୁହେଁ ବିଭିନ୍ନ ନମୁନା ପ୍ରସ୍ତୁତ କରିଥିଲେ | ଆଉ ଏହି ସବୁ ନମୁନାରେ ପ୍ରକୃତ ଅଣ୍ଡାର ସ୍ୱାଦ, ରାସାୟନିକ ପଦାର୍ଥ, ପୋଷାକ ତତ୍ୱ ସମାନ ରଖାଯାଇଥିଲା | ଏହାର ବ୍ୟବହାର ଆମଲେଟ, ଅଣ୍ଡା ରୋଲ ସହ ତରକାରୀରେ ବ୍ୟବହାର ହୋଇପାରିବ |

ତେବେ ଅଣ୍ଡା ପ୍ରସ୍ତୁତ ପାଇଁ ଦୁହେଁ ଉଦ୍ଭିଦରୁ ପ୍ରୋଟିନକୁ ଅଲଗା କରିଥାନ୍ତି | ଆଉ ଏହି ପ୍ରୋଟିନରେ ବିଭିନ୍ନ ଫ୍ଲେଭର ମିଶାଇ ଏହାକୁ ଅଣ୍ଡାର ସ୍ୱାଦ ଦିଆଯାଇଥିଲା | ଆଉ ଦୁହେଁ ଏକ ତରଳ ପ୍ରୋଟିନ ପ୍ରସ୍ତୁତ କରିଛନ୍ତି ଯେଉଁଥିରୁ ଜଣେ ଆମଲେଟ କରିପାରିବ | ଆଉ ଏହାର ସ୍ୱାଦ ସମ୍ପୂର୍ଣ୍ଣ ଅଣ୍ଡା ଭଳି ଲାଗିବ | ଏବେ ଏ ଦୁହେଁ ଏହି ତରଳ ପଦାର୍ଥକୁ କିଭଳି ଅଧିକ ଦିନ ସଂରକ୍ଷଣ କରିହେବ ସେ ଦିଗରେ କାମ କରୁଛନ୍ତି | ଯଦି ଏହା ସଫଳ ହୁଏ ଭବିଷ୍ୟତରେ ୩୦୦ ମିଲିମିଟର ଓ ୬୦୦ ମିଲିମିଟର ଭଳି ବୋତଲରେ ଏହି ଭୀଗନ ଅଣ୍ଡା ଦେଖିବାକୁ ମିଳିବ |

photo-better india

କିଭଳି ଆରମ୍ଭ ହୋଇଥିଲା ?
୨୦୧୪ ମସିହାରେ ପୁନେରେ ଷ୍ଟାର୍ଟଅପ ଲିଡରସିପ ପ୍ରୋଗ୍ରାମ ସାରିବା ପରେ କାର୍ତ୍ତିକ ଆମିଷ ଖାଦ୍ୟର ବିକଳ୍ପ ପ୍ରସ୍ତୁତ କରିବାକୁ ଧ୍ୟାନ ଦେଇଥିଲେ | ସେ ପ୍ରଥମେ କୋଷିକା-ଆଧାରିତ ମାଂସ ପ୍ରସ୍ତୁତି ଉପରେ କାମ ଆରମ୍ଭ କରିଥିଲେ, ତେବେ ସେ ଅନୁଭବ କରିଥିଲେ ଯେ ଭାରତରେ ଏ ପର୍ଯ୍ୟନ୍ତ ପରୀକ୍ଷାଗାର ବା ଲ୍ୟାବ ନିର୍ମିତ ମାଂସ ପ୍ରତି ଲୋକଙ୍କର ଆଗ୍ରହ ନାହିଁ | ତେବେ ଅଣ୍ଡାକୁ ଅଧିକାଂଶ ଭାରତୀୟ ଖାଉଥିବାରୁ କିଭଳି ଗଛରୁ ଅଣ୍ଡାର ବିକଳ୍ପ କରିହେବ ସେଦିଗରେ କାମ କରିଥିଲେ | ୨୦୧୮ ମସିହାରେ କାର୍ତ୍ତିକ ଆମେରିକାରୁ ଫେରିଥିବା ଶ୍ରଦ୍ଧାଙ୍କୁ ଭେଟିଥିଲେ | ଆଉ ୨୦୧୯ ମସିହାରେ ଦୁହେଁ ଏକ ଷ୍ଟାର୍ଟଅପ ଆରମ୍ଭ କରିଥିଲେ |

ସମ୍ବନ୍ଧିତ ଖବର