ଓଡ଼ିଶାର ୧୦୦ ଜଣଙ୍କ ମଧ୍ୟରୁ ୭୨ ଜଣଙ୍କ ଘରେ ଅଛି ସାଇକେଲ, ୨ ଜଣଙ୍କ ଘରେ ଅଛି କାର

ଭୁବନେଶ୍ୱର: ଆପଣଙ୍କ ଘରେ ହୁଏତ ସାଇକେଲ, ବାଇକ ସହ କାର ଥାଇପାରେ | କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଭଳି ଆଉ କେତେଜଣଙ୍କ ପାଖରେ ଗମନାଗମନର ସବୁ ସାଧନ ଉପଲବ୍ଧ ଅଛି | ଆଜି ଆମେ ଆପଣଙ୍କୁ ଏବାବଦରେ କହିବୁ | ଭାରତରେ କେତେଜଣ ବାଇକ ବ୍ୟବହାର କରନ୍ତି ଓ କେତେଜଣଙ୍କ ଘରେ କାର ଅଛି ତାହାକୁ ନେଇ ଏକ ସର୍ଭେ କରାଯାଇଥିଲା | ପରିସଂଖ୍ୟାନ ଦର୍ଶାଏ ଯେ ଭାରତରେ ୧୪୦ କୋଟି ଜନସଂଖ୍ୟା ମଧ୍ୟରୁ କେବଳ ୭.୫% ପରିବାର ପାଖରେ କାର ଅଛି | ଏହି ସଂଖ୍ୟାଗୁଡିକ ୨୦୧୯-୨୦୨୦ରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ରୁ ଏଭଳି ତଥ୍ୟ ଆସିଥିବାବେଳେ ୨୦୧୮ରେ, କେବଳ ୬% ପରିବାରର କାର ଥିଲା |

ଦେଶର ପ୍ରାୟ ୪୯.୭% ପରିବାରରେ ଦୁଇ ଚକିଆ ଯାନ ଥିବାବେଳେ ଗୋଆରେ ସର୍ବାଧିକ ସଂଖ୍ୟକ ପରିବାର, ୮୬.୭% ପାଖରେ ଦୁଇ ଚକିଆ ଯାନ ଅଛି | ଏହି ତାଲିକାରେ ପଞ୍ଜାବ ଦ୍ୱିତୀୟ ସ୍ଥାନରେ ରହିଛି। ପଞ୍ଜାବ ପରେ ରାଜସ୍ଥାନ, ତାମିଲନାଡୁ, ହରିୟାଣା, ଗୁଜୁରାଟ ରହିଛି |

ଯଦି ଆମେ ସାଇକେଲ ଚାଳକମାନଙ୍କ କଥା କହିବା ତେବେ ସର୍ବାଧିକ ପଶ୍ଚିମବଙ୍ଗର ୭୮.୯% ପରିବାର ପାଖରେ ସାଇକେଲ ଥିବାବେଳେ ଦ୍ୱିତୀୟ ନମ୍ବରରେ ଉତ୍ତରପ୍ରଦେଶ(୭୫.୬%), ତୃତୀୟ ନମ୍ବରରେ ଓଡିଶା( ୭୨.୫%) ଲୋକ ସାଇକେଲ ବ୍ୟବହାର କରୁଛନ୍ତି। ସେହିପରି ଓଡ଼ିଶାର ମାତ୍ର ୨.୭ ପ୍ରତିଶତ ପରିବାର ପାଖରେ କାର ଅଛି | ଏହି ତାଲିକାରେ ବିହାରର ସର୍ବନିମ୍ନ ୨ ପ୍ରତିଶତ, ଓଡ଼ିଶାର ୨.୭ ପ୍ରତିଶତ, ପଶ୍ଚିମବଙ୍ଗର ୨.୮ ପ୍ରତିଶତ, ଆନ୍ଧ୍ରପ୍ରଦେଶର ୨.୮ ପ୍ରତିଶତ ଲୋକଙ୍କ ପାଖରେ କାର ରହିଛି |

ସମ୍ବନ୍ଧିତ ଖବର