ଜାନୁଆରିରେ ଗାଡ଼ି ବିକ୍ରି ୧୪% ବଢ଼ିଲା

ନୂଆଦିଲ୍ଲୀ : ଚଳିତ ବର୍ଷ ଜାନୁଆରିରେ ସାରା ‌ଦେଶରେ ଗାଡ଼ି ବିକ୍ରି ୧୪% ବୃଦ୍ଧି ପାଇଛି। ଅଟୋମୋବାଇଲ୍ ଡିଲର ମହାସଂଘ ଏଫ୍ଏଡିଏର ତଥ୍ୟ ଅନୁଯାୟୀ ଜାନୁଆରିରେ ୧୮ ଲକ୍ଷ ୨୬ ହଜାର ୬୬୯ଟି ଗାଡ଼ି ବିକ୍ରି ହୋଇଛି। ଏହି ମାସରେ ପ୍ରାୟ ସବୁ ପ୍ରକାର ଗାଡ଼ି ବିକ୍ରି ବଢ଼ିଛି। କାର୍‌ ବଜାରରେ ବୁକିଂ ଓ ଡେଲିଭରି ବଢ଼ିଛି। କମ୍ପାକ୍ଟ ଏସ୍‌ୟୁଭି, ଏସ୍‌ୟୁଭି ଓ ବିଳାସପୂର୍ଣ୍ଣ କାର୍‌ ଚାହିଦାରେ ଥିବାରୁ ସେଗୁଡ଼ିକ ଲାଗି ଗ୍ରାହକଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡ଼ୁଛି। ଜାନୁଆରି ମାସରେ ମାରୁତି ସୁଜୁକି ସର୍ବାଧିକ କାର୍‌ ବିକ୍ରି କରି ୪୪ ପ୍ରତିଶତ ବଜାର ଅଂଶ ହାସଲ କରିଛି। ଏହା ପଛକୁ ହୁଣ୍ଡାଇ ଓ ଟାଟା ମୋଟର୍ସ ରହିଛନ୍ତି।

୨୦୨୩-୨୪ ବଜେଟ୍‌ରେ ଆୟକରରେ ରିହାତି, ଗାଡ଼ି ସ୍କ୍ରାପିଂ ନୀତି ପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଥିବା ବେଳେ ଲିଥିୟମ୍ ଆୟ ବ୍ୟାଟେରି ନିର୍ମାଣ ଉପରୁ ସୀମା ଶୁଳ୍କ ଛାଡ଼ କରାଯାଇଥିବାରୁ ଆଗାମୀ ଦିନରେ ସୁଲଭ ମୂଲ୍ୟର ଦୁଇଚକିଆ ଏବଂ କାର୍‌ ବିକ୍ରି ବଢ଼ିବ ବୋଲି ଏଫ୍‌ଏଡିଏ ଆଶା ପ୍ରକଟ କରିଛି। ଉଚ୍ଚ ଆୟକର ସ୍ଲାବ୍‌ରେ ସରଚାର୍ଜରେ ହ୍ରାସ ଯୋଗୁ ଦାମୀ ଗାଡ଼ି ବିକ୍ରି ବଢ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର