ୱାସିଂଟନ: ହ୍ୱାଇଟ୍ ହାଉସ୍‌ରେ ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ହସି ହସି ଆନ୍ଦମନରେ ଏହା ଗ୍ରହଣ କରିଥିଲେ। ଏହି ସମ୍ମାନ ପାଇବାକୁ ତାଙ୍କର ଦୀର୍ଘଦିନର ହୃଦୟର ଇଚ୍ଛା ଥିଲା। ସେ ଏଥିପାଇଁ ପ୍ରାୟ ଭିକ ମାଗିବା ଭଳି ଖୋଲାଖୋଲି ଲବି କରିବା ପାଇଁ କେବେ ପଛଘୁଞ୍ଚା ଦେଇନାହାନ୍ତି। ଇତିହାସରେ ପ୍ରଥମ ଥର ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜେତା ସ୍ୱେଚ୍ଛାକୃତ ଭାବରେ ଏହି ପଦକ ଅନ୍ୟ ଜଣଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ଏପରି ପୁରସ୍କାର ପ୍ରକୃତରେ ସ୍ଥାନାନ୍ତରଯୋଗ୍ୟ କି? ମାଚାଡୋଙ୍କ ହ୍ୱାଇଟ୍ ହାଉସ୍ ଗସ୍ତର କିଛି ଦିନ ପୂର୍ବରୁ ନରୱେ ନୋବେଲ ଇନଷ୍ଟିଚ୍ୟୁଟ୍ ଏହି ପ୍ରଶ୍ନର ସମାଧାନ କରିସାରିଛି।

Advertisment

ଭେନେଜୁଏଲାର ବିରୋଧୀ ନେତାଙ୍କ ମନ୍ତବ୍ୟ ପରେ ରବିବାର ନୋବେଲ କମିଟି ସ୍ପଷ୍ଟ କରିଛି ଯେ, ନୋବେଲ ଶାନ୍ତି ପୁରସ୍କାର ଟ୍ରମ୍ପଙ୍କୁ ହସ୍ତାନ୍ତର, ଅଂଶୀଦାର କିମ୍ବା ରଦ୍ଦ କରାଯାଇପାରିବ ନାହିଁ। ନୋବେଲ ଫାଉଣ୍ଡେସନର ନିୟମକୁ ଦର୍ଶାଇ ଅନୁଷ୍ଠାନ ଏକ ବିବୃତିରେ କହିଛି ଯେ, ନୋବେଲ ପୁରସ୍କାର ପ୍ରଦାନ କରିବାର ନିଷ୍ପତ୍ତି ଚୂଡ଼ାନ୍ତ ଓ ସ୍ଥାୟୀ। ଥରେ ନୋବେଲ ପୁରସ୍କାର ଘୋଷଣା ହୋଇଗଲେ ଏହାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ, ସେୟାର କରାଯାଇପାରିବ ନାହିଁ କିମ୍ବା ଅନ୍ୟ କହାକୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ନରୱେର ନୋବେଲ କମିଟି ଓ ନୋବେଲ ଇନଷ୍ଟିଚ୍ୟୁଟ୍ କହିଛନ୍ତି।

ଆହୁରି ପଢ଼ନ୍ତୁ: Teacher: ଉତ୍ତର ନଦେବାରୁ ଶିକ୍ଷକ ଭାଙ୍ଗିଲେ ଗଣେଶ, ସରସ୍ବତୀଙ୍କ ମୂର୍ତ୍ତି

ମାଚାଡୋ କାହିଁକି ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ଦେଲେ?

ନୋବେଲ ଶାନ୍ତି ପୁରସ୍କାର ଚଳିତ ବର୍ଷ ମାଚାଡୋଙ୍କୁ ପ୍ରଦାନ କରାଯାଇଥିଲା। ତେବେ ପରେ ସେ ଘୋଷଣା କରିଥିଲେ ଯେ ସେ ଦେଶର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଗିରଫ କରିଥିବା ଟ୍ରମ୍ପଙ୍କୁ ଏହା ପ୍ରଦାନ କରିବେ। ପରେ ମାଚାଡୋ କହିଛନ୍ତି ଯେ, ଭେନେଜୁଏଲାର ଲୋକଙ୍କ ସ୍ୱାଧୀନତା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସ୍ୱୀକୃତି ଦେବା ପାଇଁ ଏହି ଉପହାର ଦିଆଯାଇଛି। ହ୍ୱାଇଟ୍ ହାଉସ୍ ଛାଡିବା ପରେ ମାଚାଡୋ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ଆମେରିକାର ରାଷ୍ଟ୍ରପତିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଛି। ଆମର ସ୍ୱାଧୀନତା ପ୍ରତି ତାଙ୍କର ଅନନ୍ୟ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେବା ପାଇଁ ସେ ଏହା କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି: ମୁଁ କରିଥିବା କାର୍ଯ୍ୟ ପାଇଁ ମାରିଆ ମୋତେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ପାରସ୍ପରିକ ସମ୍ମାନର ଏହା ଏକ ଚମତ୍କାର ଉଦାହରଣ। ଧନ୍ୟବାଦ ମାରିଆ!

ଆହୁରି ପଢ଼ନ୍ତୁ: Education: ମାତୃଭାଷା ଭିତ୍ତିକ ଶିକ୍ଷାକୁ ସୁଦୃଢ଼ କରିବା: ଧର୍ମେନ୍ଦ୍ର