ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁଙ୍କ ନୂଆ ପୁସ୍ତକ ‘ମୁଭିଂ ଅନ୍... ମୁଭିଂ ଫରଓ୍ଵାର୍ଡ: ଏ ୟିିଅର୍ ଇନ୍ ଅଫିସ୍’ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିଛନ୍ତି। ବିଶେଷକରି ସଂସଦ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରାଯିବାକୁ ନେଇ ସେ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି, ଆଜିକାଲି ଅନୁଶାସନ ଓ ଶୃଙ୍ଖଳା କଥା କହିଲେ, ଆପଣଙ୍କୁ ‘ସ୍ୱେଚ୍ଛାଚାରୀ’ ଏବଂ ‘ଅଗଣତାନ୍ତ୍ରିକ’ ବୋଲି କୁହାଯାଉଛି। କିନ୍ତୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ପ୍ରଶଂସା କରି ମୋଦୀ କହିଛନ୍ତି, ଭେଙ୍କୟା ଅନୁଶାସନକୁ ଠିକ୍ ଭାବେ ପାଳନ କରୁଛନ୍ତି। ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସେ ଗୃହ ପରିଚାଳନା କରୁଛନ୍ତି। ମୋଦୀଙ୍କ କହିବାନୁଯାୟୀ ଗୃହ କାର୍ଯ୍ୟ ଚାଲୁଥିବା ସମୟରେ ପ୍ରମୁଖ ଆସନର ମର୍ଯ୍ୟାଦା କ’ଣ ଏବଂ କିଏ ସେଠାରେ ବସିଛନ୍ତି ଓ ତାଙ୍କର ଭୂମିକା କ’ଣ ତାହାକୁ ଅନେକ ଲୋକ ଭୁଲିଯାଇଥାନ୍ତି। ସଦସ୍ୟମାନଙ୍କ ନିଜସ୍ୱ ବିଚାର ହିଁ ଏଠାରେ କଥା କହିଥାଏ। ଏଥିଯୋଗୁ ଗୃହକାର୍ଯ୍ୟରେ ବାଧା ଉପୁଜିଥାଏ। ଅନ୍ୟପକ୍ଷରେ ଯେବେ ଗୃହକାର୍ଯ୍ୟ ବନ୍ଦ ରହେ, ଆସନରେ ବସୁଥିବା ଲୋକଙ୍କୁ ସମାଲୋଚନା କରିବାକୁ ଲୋକେ ପଛାଇ ନଥାନ୍ତି। ବାଚସ୍ପତି କିଭଳି ଅନୁଶାସନ ଲାଗୁ କରୁଛନ୍ତି, କିଭଳି ସମସ୍ତଙ୍କୁ କହିବାକୁ ରୋକୁଛନ୍ତି, ତାହାକୁ ନେଇ ଅଭିଯୋଗ କରାଯାଏ। ସେଥିପାଇଁ ଗତବର୍ଷ ଭେଙ୍କୟା ନାଇଡୁଙ୍କୁ ନିକଟରୁ ଦେଖିବା ପାଇଁ ଦେଶକୁ ସୁଯୋଗ ମିଳିଲା। ଯଦି ଗୃହ ଠିକ୍ ଭାବେ ଚାଲିଥାନ୍ତା, ତେବେ ଏହି ସୁଯୋଗ ହୁଏତ ମିଳିନଥାନ୍ତା। ମୋଦୀଙ୍କ ଏଭଳି କଥାରେ ଉପରାଷ୍ଟ୍ରପତି ହସିବାକୁ ଆରମ୍ଭ କରିଥିଲେ। ପୁସ୍ତକ ଉନ୍ମୋଚନ ସଭାରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ନେତା ଆନନ୍ଦ ଶର୍ମା ଏବଂ ଦର୍ଶକଙ୍କ ମଧ୍ୟରେ ଅନେକ କଂଗ୍ରେସ ନେତା ସାମିଲ ଥିଲେ। ମୋଦୀ କହିଥିଲେ, ଭେଙ୍କୟା ଚାହାନ୍ତି ଗୃହରେ ପ୍ରବଳ ଆଲୋଚନା, ତର୍କବିତର୍କ ହେଉ ଏବଂ ସେଥିପାଇଁ ସେ ସବୁବେଳେ ପ୍ରୟାସ କରିଆସୁଛନ୍ତି।
ବିରୋଧୀଙ୍କୁ ମୋଦୀଙ୍କ କଟାକ୍ଷ: ଶୃଙ୍ଖଳା କଥା କହିଲେ ‘ସ୍ୱେଚ୍ଛାଚାରୀ’ କୁହାଯାଉଛି
ଭେଙ୍କୟାଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ
/sambad/media/post_attachments/wp-content/uploads/2018/09/2imnmleg_modi-venkaiah-naidu_625x300_02_September_18.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)