ନୂଆଦିଲ୍ଲୀ: ପୃଥିବୀର ନିକଟତମ ଗ୍ରହ ଶୁକ୍ରର ବାୟୁମଣ୍ଡଳରେ ଆବିଷ୍କୃତ ହୋଇଥିବା ଫସ୍ଫାଇନ୍ ବାଷ୍ପ ଯୋଗୁଁ ସେଠାରେ ଜୀବସତ୍ତା ସମ୍ଭବ ଥିବା ଆଶା କରି ଅନେକ ମହାକାଶ ବିଜ୍ଞାନୀ ଉତ୍ଫୁଲ୍ଲିତ ହୋଇପଡ଼ିଛନ୍ତି। ଏଥି ସହିତ ସୌରମଣ୍ଡଳରେ ଆମେ କ'ଣ ଏକାକୀ ଜୀବଧାରୀ ନା ଅନ୍ତରୀକ୍ଷର ଅନ୍ୟ କେଉଁଠି ଆମ ପରି କିମ୍ବା ଅନ୍ୟ ରୂପରେ ଜୀବ ଚଳପ୍ରଚଳ ହେଉଛନ୍ତି ବୋଲି ଅନେକ ପ୍ରଶ୍ନ ମଧ୍ୟ ଉତ୍ସାହୀ ବୈଜ୍ଞାନିକମାନଙ୍କ ମନକୁ ଆନ୍ଦୋଳିତ କରିଚାଲିଛି।
ସୂଚନା ଥାଉ କି, ଶୁକ୍ର ବାୟୁମଣ୍ଡଳରେ ଦେଖାଦେଇଥିବା ଏହି ଫସ୍ଫାଇନ୍ ବାଷ୍ପ ରସୁଣ ପରି ଗନ୍ଧ ଥିବା ଏକ ବିଷାକ୍ତ ଯୌଗିକ ଯାହା କି ଭୂପୃଷ୍ଠସ୍ଥ ଜୀବମାନଙ୍କ ଶରୀରରେ ଦେଖାଦେଇଥାଏ। ଏହୀକୁ କୌଣସି ଉପାୟରେ କୃତ୍ରିମ ଭାବେ ଉତ୍ପନ୍ନ କରିହେବନାହିଁ। କାର୍ଡିକ୍ ବିଶ୍ବବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଜେନ୍ ଗ୍ରିଭ୍ସଙ୍କ କହିବା ଅନୁଯାୟୀ, ଶୁକ୍ରପୃଷ୍ଠର ବହୁ ଉପରେ ଭାସୁଥିବା ମେଘଖଣ୍ଡରେ ସେ ଆବିଷ୍କାର କରିଥିବା ଏହି ବାଷ୍ପର ଅବସ୍ଥିତି ତାଙ୍କୁ ଏପରି ଜୀବସତ୍ତା ଥିବା କଥା ବିଚାର କରିବାକୁ ଖୋରାକ ଯୋଗାଇଛି। ଯେହେତୁ ଏହା କେବଳ ସଜୀବଙ୍କ ଶରୀରରେ ସମ୍ଭବ, ସୁତରାଂ ଶୁକ୍ରପୃଷ୍ଠରେ ରହିଥିବା କିଛି ଅଣୁଜୀବ କୌଣସି ଅନୁକୂଳ ପରିବେଶରେ ଏପରି ବାଷ୍ପ ଛାଡ଼ିଥିବା ଅନୁମାନ କରାଯାଉଛି। ତେବେ ତାଙ୍କ ଅନୁମାନକୁ ଦୃଢ଼ କରିବା ପାଇଁ ଆହୁରି ବଳିଷ୍ଠ ପ୍ରମାଣର ଆବଶ୍ୟକତା ରହିଛି ବୋଲି ଗ୍ରିଭସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/fh7fs9h7sf98h7sf988sh9sfh7s8fh.jpg)