ନୂଆଦିଲ୍ଲୀ : ଭାରତୀୟ ମାନକ ବ୍ୟୁରୋ ୨୦୨୪ ନଭେମ୍ବର ୫ରୁ ଚତୁର୍ଥ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ଆରମ୍ଭ କରିଛି, ଯାହା ଅଧୀନରେ ଦେଶର ଆଉ ୧୮ଟି ଜିଲ୍ଲାରେ ଅତିରିକ୍ତ ହଲମାର୍କିଂ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି ୧୮ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର ଦୁଇଟି ଜିଲ୍ଲା ସୁନ୍ଦରଗଡ଼ ଓ ନୟାଗଡ଼ ରହିଛି । ଏହା ସହିତ ଏପର୍ଯ୍ୟନ୍ତ ପ୍ରାୟ ୪୦ କୋଟି ସୁନା ଅଳଙ୍କାରରେ ହଲମାର୍କିଂ କରାଯାଇଛି ।ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟକାରୀ ହେବା ପରେ ବାଧ୍ୟତାମୂଳକ ହଲମାର୍କିଂ ଅଧୀନରେ ଥିବା ଜିଲ୍ଲା ସଂଖ୍ୟା ଏବେ ୩୬୧ରେ ପହଞ୍ଚିଛି। ବିଆଇଏସ୍ ପ୍ରଥମେ ୨୦୨୧ ଜୁନ୍ ୨୩ତାରିଖରୁ ବାଧ୍ୟତାମୂଳକ ହଲମାର୍କିଂର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଥିଲା, ଯେଉଁଥିରେ ୨୫୬ଟି ଜିଲ୍ଲା ସାମିଲ ଥିଲା। ଦ୍ୱିତୀୟ ପର୍ଯ୍ୟାୟ ୨୦୨୨ ଏପ୍ରିଲ ୪ତାରିଖରୁ ଆରମ୍ଭ ହୋଇ ଆଉ ୩୨ଟି ଜିଲ୍ଲାକୁ ସାମିଲ କରାଯାଇଥିଲା। ୨୦୨୩ ସେପ୍ଟେମ୍ବର ୬ତାରିଖରୁ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇଥିବା ବେଳେ ଏଥିରେ ୫୫ଟି ନୂଆ ଜିଲ୍ଲା ସାମିଲ ହୋଇଛି। ସୂଚନାଯୋଗ୍ୟ, ସରକାରଙ୍କ ଉଦ୍ୟମରେ ଏବେ ଦୈନିକ ୪ ଲକ୍ଷରୁ ଅଧିକ ସୁନା ସାମଗ୍ରୀକୁ ଏକ ନିଆରା ଏଚ୍ୟୁଆଇଡି ମାଧ୍ୟମରେ ହଲମାର୍କିଂ କରାଯାଉଛି।ବାଧ୍ୟତାମୂଳକ ହଲମାର୍କିଂ ଆରମ୍ଭ ହେବା ପରଠାରୁ ପଞ୍ଜୀକୃତ ଗହଣା ବ୍ୟବସାୟୀଙ୍କ ସଂଖ୍ୟା ୩୪,୬୪୭ରୁ ୧,୯୪,୦୩୯କୁ ବୃଦ୍ଧି ପାଇଛି। ଏହା ପାଞ୍ଚ ଗୁଣରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଅଟେ । ସେହିପରି ଟେଷ୍ଟିଂ ଓ ହଲମାର୍କିଂ ସେଣ୍ଟର ସଂଖ୍ୟା ୯୪୫ରୁ ୧୬୨୨କୁ ବୃଦ୍ଧି ପାଇଛି।
ଓଡ଼ିଶାର ସୁନ୍ଦରଗଡ, ନୟାଗଡ଼ ସମେତ ଦେଶର ଆଉ ୧୮ ଜିଲ୍ଲାରେ ହଲମାର୍କିଂ କେନ୍ଦ୍ର
ଭାରତୀୟ ମାନକ ବ୍ୟୁରୋ ୨୦୨୪ ନଭେମ୍ବର ୫ରୁ ଚତୁର୍ଥ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ଆରମ୍ଭ କରିଛି, ଯାହା ଅଧୀନରେ ଦେଶର ଆଉ ୧୮ଟି ଜିଲ୍ଲାରେ ଅତିରିକ୍ତ ହଲମାର୍କିଂ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି ୧୮ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର ଦୁଇଟି ଜିଲ୍ଲା ସୁନ୍ଦରଗଡ଼ ଓ ନୟାଗଡ଼ ରହିଛି ।
/sambad/media/post_attachments/wp-content/uploads/2024/06/gold.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)