ପୋଙ୍ଗୟାଙ୍ଗ୍ : ଉତ୍ତର କୋରିଆର ପରମାଣୁ କାର୍ଯ୍ୟକ୍ରମ ହିଁ ଦେଶକୁ ଆମେରିକା କବଳରୁ ସୁରକ୍ଷା ଦେବ ବୋଲି ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ କହିଛନ୍ତି। ଆଜି କୋରିଆର ଓ୍ଵାକର୍ସ ପାର୍ଟିର କେନ୍ଦ୍ରୀୟ ସମିତିରେ ଉଦ୍ବୋଧନ ଦେଇ ଜଙ୍ଗ୍ କହିଛନ୍ତି ଯେ ଉତ୍ତର କୋରିଆ ଆଜି ଯେଉଁ ପରମାଣୁ ଶକ୍ତି ହାସଲ କରିଛି ତାହା କେବଳ ଲୋକମାନଙ୍କ ସଂଘର୍ଷର ଫଳ। ଆମେରିକାର ଲଗାତାର ପରମାଣୁ ଧମକକୁ ପ୍ରତିହତ କରିବାପାଇଁ ଏବଂ ଦେଶକୁ ସୁରକ୍ଷା ଦେବାପାଇଁ ପରମାଣୁ କାର୍ଯ୍ୟକ୍ରମ ହିଁ ସର୍ବୋତ୍କୃଷ୍ଟ ଉପାୟ ବୋଲି ଜଙ୍ଗ୍ କହିଛନ୍ତି।
ଚଳିତବର୍ଷ ଦେଶ କରିଥିବା ବହୁବିଧ କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ହାଇଡ୍ରୋଜେନ୍ ବୋମା ପରୀକ୍ଷଣ କୋରିଆ ଉପଦ୍ୱୀପ ଏବଂ ଉତ୍ତରପୂର୍ବ ଏସିଆରେ ଶାନ୍ତି ଏବଂ ସୁରକ୍ଷାର ରକ୍ଷାକବଚ ହୋଇଛି। ଆମେରିକାର କଠୋର କଟକଣା ସତ୍ତ୍ୱେ ତାଙ୍କ ଦେଶର ପରମାଣୁ କାର୍ଯ୍ୟକ୍ରମ ହିଁ ଅର୍ଥନୀତିର ବିକାଶ ଦିଗରେ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି।
ପରମାଣୁ ହିଁ ଉତ୍ତର କୋରିଆର ସୁରକ୍ଷା: କିମ୍ ଜଙ୍ଗ୍
/sambad/media/post_attachments/wp-content/uploads/2017/10/download-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)