ଜିନିଭା: ଚୀନ୍ରେ ଅଭୂତପୂର୍ବ ଭାବେ କୋଭିଡ୍ ଲହର୍ ବୃଦ୍ଧି ପାଉଥିବା ଘଟଣାରେ ଖୁବ୍ ଉଦ୍ବିଗ୍ନ ବୋଲି ବୁଧବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି।
ରୋଗର ସାଙ୍ଘାତିକତା, ଡାକ୍ତରଖାନାରେ ଭର୍ତ୍ତିସଂଖ୍ୟା ଏବଂ ଇଣ୍ଟେନ୍ସିଭ୍ କେୟାର୍ର ଆବଶ୍ୟକତା ବିଷୟରେ ସବିଶେଷ ବିବରଣ ପାଇଁ ନିବେଦନ କରି ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରସ୍ ଆଧନମ୍ ଗେବ୍ରେୟେସସ୍ କହିଛନ୍ତି, ରୋଗର ସାଙ୍ଘାତିକତା ବୃଦ୍ଧି ପାଉଥିବାର ରିପୋର୍ଟ ମିଳୁଥିବାରୁ ଚୀନ୍ର ପରିସ୍ଥିତି ଯୋଗୁଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଖୁବ୍ ଚିନ୍ତିତ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶରେ ଜନସାଧାରଣଙ୍କ ଟିକାକରଣ ଉପରେ ଧ୍ୟାନ ଦେବାରେ ଚୀନ୍ର ଉଦ୍ୟମକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସମର୍ଥନ କରୁଛି। ଡାକ୍ତରୀ ସହାୟତା ଏବଂ ଚୀନ୍ର ସ୍ବାସ୍ଥ୍ୟ ବ୍ୟବସ୍ଥାର ସୁରକ୍ଷା ନିମନ୍ତେ ବି ଆମେ ଆମର ଉଦ୍ୟମ ଅବ୍ୟାହତ ରଖିବୁ।
Image Courtesy of India Today୨୦୨୦ରୁ ତଥାକଥିତ ‘ଜିରୋ କୋଭିଡ୍’ ନୀତିର ଅଂଶବିଶେଷ ଭାବେ ଚୀନ୍ କଠୋର ସ୍ବାସ୍ଥ୍ୟ କଟକଣା ଜାରି କରିଥିଲା। ଜନ ଅସନ୍ତୋଷ ବୃଦ୍ଧି ଓ ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିବାରୁ ବିନା ବିଜ୍ଞପ୍ତିରେ ଡିସେମ୍ବର ପ୍ରାରମ୍ଭରେ ଚୀନ୍ ସରକାର ପ୍ରାୟ ସମସ୍ତ କଟକଣା ହଟାଇ ଦେଇଥିଲେ।
ବୁଧବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଜରୁରୀ ପରିସ୍ଥିତିର ନିର୍ଦେଶକ ମାଇକ୍ ରିୟାନ୍ କହିଛନ୍ତି, ଚୀନ୍ରେ ‘ଆଇସିୟୁ’ରେ ଅପେକ୍ଷାକୃତ କମ୍ ସଂଖ୍ୟକ ରୋଗୀ ଥିବା ରିପୋର୍ଟ ମିଳିଥିଲା, କିନ୍ତୁ ବାସ୍ତବ କ୍ଷେତ୍ରରେ ଚୀନ୍ର ‘ଆଇସିୟୁ’ ସବୁ ପୂର୍ଣ୍ଣ ହୋଇଯାଉଛି। ପ୍ରକୃତ ଘଟଣା କ’ଣ ଚୀନ୍ କହୁନାହିଁ।
ସେବେଠାରୁ ଚୀନ୍ରେ କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ଗତିର ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣରେ ଅସୁସ୍ଥ ବୟସ୍କମାନଙ୍କର ଅଧିକ ମୃତ୍ୟୁ ଘଟୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/tedros.jpg)