କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଖୁବ୍‌ ଶୀଘ୍ର ଜମ୍ମୁ-କଶ୍ମୀରରେ ଚାଲିବ ମେଟ୍ରୋ ଟ୍ରେନ୍‌, ଖର୍ଚ୍ଚ ହେବ ୫,୦୦୦କୋଟି

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଜମ୍ମୁ-କଶ୍ମୀରରେ ଚାଲିବାକୁ ଯାଉଛି ମେଟ୍ରୋ ଟ୍ରେନ୍‌ । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅନ୍ୟ ବଡ଼ ବଡ଼ ସହର ଭଳି ଜମ୍ମୁ-କଶ୍ମୀରକୁ ମଧ୍ୟ ମେଟ୍ରୋ ଟ୍ରେନ୍‌ର ସୁବିଧା ଦିଆଯିବ । ଧାରା ୩୭୦ ଉଚ୍ଛେଦ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବେଙ୍ଗାଲୁରୁ, ଦିଲ୍ଲୀ ସହର ଭଳି ଜମ୍ମୁ-କଶ୍ମୀରରେ ଲୋକେ ଖୁବ୍‌ ଶୀଘ୍ର ମେଟ୍ରୋରେ ଯାତ୍ରା ଆରମ୍ଭ କରିବେ । କଶ୍ମୀରରେ ବଢ଼ୁଥିବା ଜନସଂଖ୍ୟା ଓ ବିକାଶର ଗତିକୁ ଦେଖି ମେଟ୍ରୋ ଟ୍ରେନ୍‌ର ସୁବିଧା ଆଣିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଦିଲ୍ଲୀ ମେଟ୍ରୋକୁ ତିଆରି କରିିଥିବା କମ୍ପାନୀ ଜମ୍ମୁ-କଶ୍ମୀରରେ ମଧ୍ୟ ମେଟ୍ରୋକୁ ତିଆରି କରିବେ ବୋଲି ଜଣା ପଡ଼ିଛି । ମେଟ୍ରୋ ମ୍ୟାନ୍‌ ଇ. ଶ୍ରୀଧରନ ଶ୍ରୀନଗର ମେଟ୍ରୋ ପ୍ରୋଜେକ୍ଟର ଦାୟିତ୍ୱ ବହନ କରିବେ ।

ମେଟ୍ରୋର ଡିଟେଲଡ୍‌ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ହୋଇ ସାରିଥିବା ବେଳେ ୨୦୨୦ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ୨୦୨୪ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି । ନିର୍ମାଣ କାର୍ଯ୍ୟରେ ପ୍ରାୟ ୫,୦୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣା ପଡ଼ିଛି । ମେଟ୍ରୋର ୧୨ଟି ଷ୍ଟେସନ ରହିବା ସହ ୨୫କିଲୋମିଟର ପର୍ଯ୍ୟନ୍ତ ମେଟ୍ରୋ ଧାରଣା ରହିବ । ଷ୍ଟେସନ ବାହାରେ ମିନି ଫିଡର ବସ୍‌ ମଧ୍ୟ ଚାଲିବ ।

Image result for very-soon-metro-train-will-run-in-the-valley-of-kashmir
Outlook India

୩ଟି ବଗି ବିଶିଷ୍ଟ ମେଟ୍ରୋ ଟ୍ରେନ୍‌ ପ୍ରଥମେ ଶ୍ରୀନଗରରେ ଆରମ୍ଭ କରାଯିବ । ଗୋଟେ ବଗିରେ ଏକା ସାଙ୍ଗରେ ୨୫୦ଲୋକ ଯାତ୍ରା କରି ପାରିବେ । ଖରାଦିନେ ମେଟ୍ରୋ ଟ୍ରେନ୍‌ ୧୭ଘଣ୍ଟା ଚାଲିବା ସହ ଶୀତ ଦିନେ ଏହା ୧୪ଘଣ୍ଟା ଚାଲିବ । ମେଟ୍ରୋ ଟ୍ରେନ୍‌ ଏଚ୍‌ଏମ୍‌ଟି ଜଙ୍କସନ୍‌ରୁ ଆରମ୍ଭ ହୋଇ ପାରିମପୋରା, କମରବାରୀ, ଗାଜରଜୁ, ରାଠପୋରା, ବାଟମାଲୁ, ସଚିବାଳୟ, ଲାଲ୍‌ ଚୌକ୍‌, ମୁଶୀ ବାଗ୍‌ ଓ ସୋନବର ଦେଇ ଇନ୍ଦିରାନଗର ପର୍ଯ୍ୟନ୍ତ ଯିବ ।

ସମ୍ବନ୍ଧିତ ଖବର