ହାଇଦ୍ରାବାଦ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ଷିୟାନ ଅଭିନେତା ଉପାଲପତି କ୍ରିଷ୍ଣମ ରାଜୁଙ୍କର ଆଜି ପରଲୋକ ହୋଇଯାଇଛି। ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ତାଙ୍କୁ ୮୩ ବର୍ଷ ହୋଇଥିଲା। ତାଙ୍କର ପତ୍ନୀ ଏବଂ ୩ ଜଣ ଝିଅ ରହିଛନ୍ତି। ବାହୁବଳୀ ଚଳଚ୍ଚିତ୍ରର ହିରୋ ପ୍ରଭାସଙ୍କର ସେ ସଂପର୍କୀୟ। କୋଭିଡ ପରବର୍ତ୍ତୀ ସମସ୍ୟାରେ ସେ ପୀଡ଼ିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଲୋକସଭାକୁ ସେ ଦୁଇଥର ନିର୍ବାଚିତ ହୋଇଥିଲେ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ରିବେଲ ଷ୍ଟାର୍ ଭାବେ ପରିଚିତ ରାଜୁ ୧୮୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କ ମୃତ୍ୟୁରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।
ବର୍ଷୀୟାନ ଅଭିନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣମ ରାଜୁଙ୍କ ପରଲୋକ
/sambad/media/post_attachments/wp-content/uploads/2022/09/45fhsfh465fh465h465h4h6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)