ନୂଆଦିଲ୍ଲୀ : ଖ୍ୟାତନାମା ଅଭିନେତ୍ରୀ ତଥା ସାବ୍ନା ଆଜ୍ମୀଙ୍କ ମାଆ ସୌକତ୍ ଆଜ୍ମୀଙ୍କର ଆଜି ମୁମ୍ବାଇଠାରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ କାରଣରୁ ସେ ଏକାଧିକ ରୋଗରେ ପୀଡ଼ିତ ଥିଲେ। ସୌକତଙ୍କ ଜ୍ବାଇଁ ଜାଭେଦ ଅଖତାର ମଧ୍ୟ ମୃତ୍ୟୁ ଖବରକୁ ସ୍ବୀକାର କରିଛନ୍ତି। କିଛିଦିନ ପୂର୍ବେ ସେ ମୁମ୍ବାଇର କୋକିଳାବେନ୍ ଧିରୁଭାଇ ଅମ୍ବାନି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ସେ ଘରକୁ ଯାଇଥିଲେ। ଘରେ ଦିନେ ଦୁଇ ଦିନ ରହିବା ପରେ ତାଙ୍କର ମୃତ୍ୟୁ ହୋଇଛି। ଶନିବାର ସଂଧ୍ୟାରେ ସୌକତଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସୌକତଙ୍କ ସ୍ବାମୀ କୈଫି ଆଜ୍ମୀ ଜଣେ ଖ୍ୟାତନାମା ଉର୍ଦ୍ଦୁ କବି ଥିଲେ। ୨୦୦୨ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୌକତଙ୍କର ଝିଅ ସାବନାଙ୍କ ସମେତ ସିନେମାଟୋଗ୍ରାଫର ପୁଅ ବାବା ଆଜ୍ମୀ ଅଛନ୍ତି।
ଖ୍ୟାତନାମା ଅଭିନେତ୍ରୀ ତଥା ସାବ୍ନା ଆଜ୍ମୀଙ୍କ ମାଆ ସୌକତ୍ ଆଜ୍ମୀଙ୍କ ପରଲୋକ
/sambad/media/post_attachments/wp-content/uploads/2019/11/shaukat-azmi_625x300_22_November_19.jpg)